ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ସ୍ମୃତି ଇରାନୀ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏସଆଇଆର ନେଇ ସୋସିଆଲ ମିଡିଆରେ ଘେରିଛନ୍ତି। ସେ ତାଙ୍କ ଏକ୍ସ ରେ ଏକ ଏଆଇ ଜେନେରେଟେଡ ଭିଡିଓ ସେୟାର କରି ଲେଖିଛନ୍ତି ‘ଆପଣ କୌଣସି ଏପରି ବ୍ୟକ୍ତିଙ୍କୁ ଉଠାଇ ପାରନ୍ତି ଯିଏ ସତରେ ଶୋଇଛନ୍ତି, ହେଲେ ସେହି ବ୍ୟକ୍ତିଙ୍କୁ ନୁହେଁ ଯିଏ ଦେଶକୁ ଭ୍ରମିତ କରିବା ପାଇଁ ଅନ୍ଧ ହେବାର ନାଟକ କରୁଛନ୍ତି’।

ସ୍ମୃତି ଇରାନୀ ସୋସିଆଲ ମିଡିଆରେ ସେୟାର କରିଥିବା ଏଆଇ ଭିଡିଓ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମର ଦୃଷ୍ୟ ଉପରେ ଆଧାରିତ। ଭିଡିଓରେ ଅମିତାଭ ବଚ୍ଚନଙ୍କ ଭୂମିକା ବୁଝାଉଛି ଯେ କିଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦ୍ୱାରା ମୃତ୍ୟୁ ପ୍ରମାଣପତ୍ର ଜାରି ନ ହେବା ଯୋଗୁ ତାଙ୍କ ନାମ ଭୋଟର ଲିଷ୍ଟରୁ ହଟି ପାରିଲା ନାହିଁ। ଏଥି ଯୋଗୁ ଏକ ରାଜନୈତିକ ଦଳ ମଡଗାଁବରେ ତାଙ୍କ ଭୋଟ ଉପଯୋଗ କରିଛି। ସ୍ମୃତି ଇରାନୀ ବ୍ୟଙ୍ଗାତ୍ମକ କ୍ଲିପ୍ ର ଶୀର୍ଷକ ଏସଆଇଆର ଏକ୍ସପ୍ଲେନ ବୋଲି ଲେଖିଛନ୍ତି।

ଏହି ବିବାଦ ଏକ ଏପରି ସମୟରେ ଦେଖା ଦେଇଛି ଯେତେବେଳେ ରାହୁଲ ଗାନ୍ଧି ଓ ବିରୋଧୀ ଦଳମାନେ ଦେଶରେ ଏସଆଇଆର ପ୍ରକ୍ରିୟା ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି। ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ଯେ ଏହି ପ୍ରକ୍ରିୟାରେ ଗଡ଼ବଡ଼଼ି ହେଉଛି । ଏହି ବିରୋଧ ଯୋଗୁ ରାହୁଲ ଗାନ୍ଧି ସଂସଦରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜନ କରିଥିଲେ। ଏହି ଅବସରରେ ସେ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ମିଶି ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରିଛନ୍ତି।