ପୁରୀ ୨୮।୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୀରେ ବର୍ଷା ଓ ପବନ ଲାଗି ରହିଛି । ଏହାରି ଭିତରେ ଶ୍ରୀମନ୍ଦିର ନୀଳଚକ୍ରରେ ଦେଖିବାକୁ ମିଳିଛି ଏକ ବିଶେଷ ଦୃଶ୍ୟ । ମହାପ୍ରଭୁଙ୍କ ପତିତପାବନ ବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି । ପ୍ରବଳ ପବନ ଯୋଗୁଁ ବାନାରେ ଏଭଳି ଗଣ୍ଠି ପଡ଼ିଥିବା ଅନୁମାନ କରାଯାଉଛି । ତେବେ ବାତ୍ୟା ସମୟରେ ଶ୍ରୀମନ୍ଦିରରେ ଏଭଳି ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Also Read:- Cyclone Arnabକୁ ନେଇ ହାଇ ଆଲର୍ଟ ! ଜିରୋ କାଜୁଆଲଟି ସହ ଫସଲ ସୁରକ୍ଷା ଉପରେ ରାଜ୍ୟପାଳ ଫୋକସ୍

ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଶ୍ରୀମନ୍ଦିର ନୀଳଚକ୍ରରେ ଲାଗୁଥିବା ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ପବନ ଯୋଗୁଁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡ଼ିଥିବା ଅନୁମାନ କରାଯାଉଛି । ବାତ୍ୟା ଅର୍ଣ୍ଣବର ପ୍ରଭାବ ଯୋଗୁଁ ପୁରୀରେ ଆଜି ବର୍ଷା ଓ ପବନ ଲାଗି ରହିଥିବା ବେଳେ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳିଛି । ବିଶ୍ବାସ ରହିଛି ଶୂନ୍ୟ ଗଣ୍ଠି ପଡ଼ିଥିବା ଏହି ପତିତପାବନ ବାନାକୁ ଗୃହରେ ରଖିଲେ ଶୁଭ ହୋଇଥାଏ । ସମସ୍ତ ରୋଗବ୍ୟାଧି ଦୂରେଇ ଯାଏ ।

​​​​​​​Watch Video: