ମୋହନା ୯।୪: ଟଳୁନି ଜାଳେଣି ଗ୍ୟାସ୍ ସଙ୍କଟ । ଏଜେନ୍ସୀ ଆଗରେ ଉପଭୋକ୍ତାଙ୍କ ଲମ୍ବା ଲାଇନ୍ । ହୋମ୍ ଡେଲିଭରି ତ ଦୂରର କଥା ଗ୍ୟାସ୍ ପାଇଁ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଗ୍ୟାସ୍ ସଙ୍କଟ ଆଳ ଦେଖାଇ ଡିଲର ମାନେ ହୋମ୍ ଡେଲିଭରି ଦେଉନଥିବା ଅଭିଯୋଗ କରିଛନ୍ତିଏଲପିଜି ଉପଭୋକ୍ତା । ବିଭିନ୍ନି ଗ୍ୟାସ୍ ଏଜେନ୍ସୀ ମାନେ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକି ଲୋକଙ୍କୁ ଗ୍ୟାସ୍ ବାଣ୍ଟୁଛନ୍ତି । ଯାହା ଫଳରେ ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ସମୟ ନଷ୍ଟ କରୁଛନ୍ତି । ଥରେ ଥରେ ପରିସ୍ଥିତି ଏମିତି ହେଉଛି ବୁକିଂ କରି ବି ଗ୍ୟାସ୍ ନପାଇ ଲୋକେ ଫେରିଯାଉଛନ୍ତି । ଯାହା ଫଳରେ କାମ ବନ୍ଦ କରିବା ସହ ସହ ସମୟ ନଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି ଏଲପିଜି ଉପଭୋକ୍ତା । ସରକାର ଶ୍ରମିକ, ଛାତ୍ରଛାତ୍ରୀ ଓ କର୍ମଜୀବୀ ମାନଙ୍କୁ ଆଇକାର୍ଡ ଦେଖାଇ ଡିଲର ପଏଣ୍ଟ ବା ପେଟ୍ରୋଲ ପମ୍ପରୁ ୫ କିଲିଆ ବୈଧ ଗ୍ୟାସ ଟାଙ୍କି ପାଇ ପାରବା ନେଇ ଘୋଷଣା କରିଥିବା ବେଳେ ପେଟ୍ରୋଲ ପମ୍ପ ଗୁଡିକରେ ୫ କିଲିଆ ଟାଙ୍କି ଉପଲବ୍ଧ ହୋଇନଥିବାରୁ ଲୋକ ଅସନ୍ତୋଷ ଜାହିର କରିଛନ୍ତି ।

Also Read:- River Restoration: ଯେଉଁ ନଦୀ ଗୁଡ଼ିକର ଜଳସ୍ରୋତ ପୁରା ବନ୍ଦ ହୋଇଯାଉଛି, ସେଗୁଡ଼ିକର ପୁନରୁଦ୍ଧାର ହେବ

ଏଭଳି ସ୍ଥିତିରେ ଚାଲିଥିଲା ବେଆଇନ ଗ୍ୟାସ୍ କାରବାର । ଏହି ସମୟରେ ଉପ ଜିଲ୍ଲାପାଳଙ୍କ ନେତୃତ୍ବରେ ଯୋଗାଣ ବିଭାଗର ୫ ଜଣିଆ ଟିମ୍ ଚଢାଉ କରିଛି l ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ଛକ ନିକଟରେ ଥିବା ସରୋଜିନୀ ଗ୍ୟାସ୍ ଏଜେନ୍ସୀ ବିତରକ କାଉଣ୍ଟର ଉପରେ ଆଜି ଉପ ଜିଲ୍ଲାପାଳଙ୍କ ସମେତ ଯୋଗାଣ ବିଭାଗର ୫ ଜଣିଆ ଟିମ୍ ଚଢ଼ାଉ କରିଛି l ଚଢ଼ାଉ ବେଳେ ଏଚ୍‌ପି କମ୍ପାନୀର ୫୧ଟି ସିଲିଣ୍ଡର ଜବତ କରାଯାଉଛି l ଚଢାଉ ବେଳେ ବିତରକଙ୍କ କୌଣସି ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ପାରିନଥିବା ବେଳେ କାଉଣ୍ଟରରେ ଅଗ୍ନୀ ନିର୍ବାପକ ଲାଇସେନ୍ସ ମଧ୍ୟ ନଥିଲା l ଗ୍ରାହକଙ୍କୁ ଗ୍ୟାସ୍ ଦେବା ପରେ ବିଲ୍ ମଧ୍ୟ ଦିଆଯାଉ ନାହିଁ l ତେଣୁ ଚୋରାରେ ବ୍ୟବସାୟ ହେଉଥିବାରୁ ପ୍ରଶାସନ ପକ୍ଷରୁ ଟିମ୍ ଚଢାଉ କରିଥିଲା । ଚଢ଼ାଉ ବେଳେ ୨୪ଟି ଖାଲି ସିଲିଣ୍ଡର ଓ ୨୭ଟି ଫୁଲ୍ ସିଲିଣ୍ଡର ଜବତ କରିଛନ୍ତି l ତଦନ୍ତ ପରେ ସଂପୃକ୍ତ ଏଜେନ୍ସୀ ବିରୁଦ୍ଧରେ ଜରିମାନା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି l