ଭୁବନେଶ୍ବର ୯।୪: ପ୍ରାଚୀ, ଧନୁଆ, ଦୟା ନଦୀର ହେବ ପୁନରୁଦ୍ଧାର । ଭୁବନେଶ୍ୱର ଆଖପାଖରେ ଥିବା କେନାଲ ଗୁଡ଼ିକର ଆରଆଇଡିଏଫ ସ୍କିମ ମାଧ୍ୟମରେ କିଭଳି ମରାମତି ହୋଇପାରିବ, ଏହା ଉପରେ ଦୃଷ୍ଟି ଦିଆଯିବ । ଏଭଳି କିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ବଜେଟ୍‌ରେ ସଞ୍ଜିବନୀ ନାମରେ ଏକ ଯୋଜନା କରିଛୁ । ସେଥିରେ ଯେଉଁ ନଦୀ ଗୁଡ଼ିକର ଜଳସ୍ରୋତ ପୁରା ବନ୍ଦ ହୋଇଯାଉଛି, ସେଗୁଡ଼ିକର ପୁନରୁଦ୍ଧାର ହେବ । ସେଥିଲାଗି ପ୍ରାଚୀ ନଦୀ ପାଇଁ ୩ ଶହ କୋଟି, ଧନୁଆ ନଦୀ ପାଇଁ ୭୫ କୋଟି ଓ ଦୟା ନଦୀ ପାଇଁ ୧୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Also Read:- Power Cut: ଅଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍‌ କାଟିଲେ ଯାଇପାରନ୍ତି ଜେଲ୍

ସେହିଭଳି କେନାଲ ଗୁଡ଼ିକର ମରାମତି ପାଇଁ ୪ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ଉନ୍ନତି ପାଇଁ ମୋଟ୍ ଉପରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ଆମ ସରକାର ବଜେଟ୍‌ରେ ଆର୍ଥିକ ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ନଦୀଗୁଡ଼ିକରେ ପୁନର୍ବାର ଜଳସ୍ରୋତ ପ୍ରବାହ ଠିକ୍ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।