ଅନୁଗୋଳ ୧୨।୭: ଅନୁଗୋଳରେ ପ୍ରେମ ଘଟଣାକୁ ନେଇ ବୀଭତ୍ସ ହତ୍ୟା । ଅନୁଗୋଳ ଜିଲ୍ଲା ବାଳୁଅକଟା ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଲେ ହେମନ୍ତ ବେହେରା । ଶରଧାପୁର ଗାଁର ଜଣେ ଯୁବକ ହତ୍ୟା କରି ଫେରାର ହୋଇଯାଇଥିବା କୁହାଯାଉଛି । ଅଭିଯୁକ୍ତ ଜଣଙ୍କ ହେମନ୍ତଙ୍କ ଜଣେ ସମ୍ପର୍କୀୟଙ୍କୁ ପ୍ରେମ କରୁଥିଲା । ହେମନ୍ତ ଏଥିରେ ବାଧା ଦେବାରୁ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅଭିଯୁକ୍ତ ହେମନ୍ତଙ୍କୁ ହତ୍ୟା କରି ଚମ୍ପଟ ମାରିଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯୁବକକୁ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଶରଧାପୁର ଗାଁର ଜଣେ ଯୁବକ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ହେମନ୍ତଙ୍କ ଜଣେ ସମ୍ପର୍କୀୟାଙ୍କୁ ପ୍ରେମ କରୁଥିଲେ । ଏହାକୁ ହେମନ୍ତ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ହେମନ୍ତଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଗାଁ ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ମୃତଦେହ ।

Also Read:- ନଦୀକୁ ଡେଇଁଥିବା ନାବାଳିକାଙ୍କ ମିଳୁନି ପତ୍ତା, ୨ ଦିନ ହେଲାଣି ଚାଲିଛି ଖୋଜା...

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ ଜାରି ରହିଛି । ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।