ସମ୍ବଲପୁର ୧୨।୦୭ : ବିତିଗଲାଣି ଦିନେ । ତଥାପି ମିଳୁନି ନାବାଳିକାଙ୍କ ପତ୍ତା । ସମ୍ବଲପୁର ଚାଉରପୁର ମହାନଦୀ ବ୍ରିଜରୁ ଡେଇଁ ନାବାଳିକା ନିଖୋଜ ଘଟଣାରେ ଦ୍ବିତୀୟ ଦିନରେ ଆରମ୍ଭ ହୋଇଛି ଖୋଜାଖୋଜି।  ଏବେ ଯାଏଁ ବି ମିଳିନି ନାବାଳିକାଙ୍କ ପତ୍ତା ।

ଖବର ଅନୁଯାୟୀ, ଶନିବାର ରାତିରେ ଜଣେ ନାବାଳିକା ମହାନଦୀକୁ ଡେଇଁ ନିଖୋଜ ଅଛନ୍ତି । ନାବାଳିକାଙ୍କୁ ଖୋଜା ଖୋଜି କରୁଛି ଫାୟାର ଟିମ୍ । କାହିଁକି ନଈକୁ ଡେଇଁଲା ନାବାଳିକା। ସେ କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ସମ୍ପର୍କୀୟ ଘରକୁ ଯାଉଛି କହି ଘରୁ ବାହାରିଥିଲେ ବୋଲି ଜଣାପଡିଛି। ଘଟଣା ସମୟରେ ଅନ୍ୟ ଜଣେ ନାବାଳକ ତାଙ୍କ ସହ ଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କୁ ପୋଲିସ ପଚରା ଉଚୁରା କରୁଛି । ନାବାଳିକା ଜଣକ ମାୟାବଗିଚା ଅଞ୍ଚଳର।

Also Read:-‘ଇଭିଲ୍ ଆଇ’ ବ୍ରେସଲେଟ୍ ନା କଳା ସୂତା.. କେଉଁଟା ଅଧିକ ପ୍ରଭାବଶାଳୀ ?

ତେବେ ନାବାଳିକା ଜଣଙ୍କ ନଦୀକୁ କାହିଁକି ଡେଇଁଲେ ? ସେନେଇ କୌଣସି ସଠିକ ସୂଚନା ପୋଲିସ ପାଖରେ ନାହିଁ । ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଛି । ତଦନ୍ତ ପରେ ନଦୀକୁ ଡେଇଁବାର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।