ଲକ୍ଷ୍ନୌ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକପ୍ରିୟତାର ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ତାଙ୍କର ଅଫିସିଆଲ୍ ଟ୍ୱିଟର୍ (ଏକ୍ସ) ହ୍ୟାଣ୍ଡେଲ (@myogiadityanath) ୨୫ ନିୟୁତ (୨.୫ କୋଟି) ଫଲୋଓର୍ସଙ୍କ ସଂଖ୍ୟା ଅତିକ୍ରମ କରିଛି। ଏହି ସଫଳତା ହାସଲ କରିବାରେ ସେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ୨୫ ନିୟୁତ ଫଲୋଓର୍ସଙ୍କ ସ୍ତରରେ ପହଞ୍ଚି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରି ବରିଷ୍ଠ ନେତାମାନଙ୍କ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି।

ALSO READ -ତାମିଲନାଡୁ ବିଧାନସଭାରେ ହଙ୍ଗାମା, ମାର୍ଶଲ ଡକାଇ DMK ବିଧାୟକଙ୍କୁ କରାଗଲା ବାହାର

ସେ ୨୦୧୫ ମସିହା ସେପ୍ଟେମ୍ବର ମାସରେ ଟ୍ୱିଟର୍ରେ ନିଜର ଅଫିସିଆଲ୍ ହ୍ୟାଣ୍ଡେଲ ଆରମ୍ଭ କରିଥିଲେ ଏବଂ ମାତ୍ର ୮ ବର୍ଷ ଭିତରେ ଏହି ସଫଳତା ହାସଲ କରିଛନ୍ତି। ୨୦୧୭ରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି, ବିକାଶ ଏବଂ ସୁଶାସନ ପାଇଁ ସେ ଯେପରି ବ୍ୟାପକ ସଂସ୍କାର ଆଣିଛନ୍ତି, ତାହା ତାଙ୍କର ଲୋକପ୍ରିୟତାକୁ ବହୁଗୁଣିତ କରିଛି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଆଦିରେ ମଧ୍ୟ ବହୁସଂଖ୍ୟକ ଅନୁଗାମୀଙ୍କୁ ନେଇ ସକ୍ରିୟ ଭାବେ ରହିଆସିଛନ୍ତି। ତାଙ୍କର ଏହି ବିଶ୍ୱବ୍ୟାପୀ ଲୋକପ୍ରିୟତା କେବଳ ରାଜ୍ୟ କିମ୍ବା ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ସୀମା ଅତିକ୍ରମ କରି ବ୍ୟାପିଛି।

ରାଜନୀତିରୁ ଉର୍ଦ୍ଧରେ ରହି କିଛି ଅନୁଗାମୀ ଏହି ଭଳି ଅଛନ୍ତି ଯେଉଁମାନେ ଯୋଗୀଙ୍କ ବ୍ୟକ୍ତିତ୍ୱକୁ ଅଧିକ ଗ୍ରହଣ କରୁଛନ୍ତି I ଅର୍ଥାତ ରାଜନୀତିରେ ରୁଚିନଥିଲେ ମଧ୍ୟ ଯୋଗୀଙ୍କ ବ୍ୟକ୍ତିତ୍ୱ ଓ କଥା କହିବାର ଶୈଳୀ ନବାଗତ ପିଢ଼ିକୁ ବେଶ ଆକୃଷ୍ଠ କରୁଥିବାର ଦେଖିବାକୁ ମିଳୁଛି I