ଚେନ୍ନାଇ: ତାମିଲନାଡୁ ବିଧାନସଭା ଗୃହରେ ସୋମବାର ଏକ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ସରକାର ଏବଂ ଏମ୍.କେ. ଷ୍ଟାଲିନଙ୍କ ଶାସନ କାଳରେ ହୋଇଥିବା କଥିତ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋସେଫ୍ ସି. ବିଜୟ (ଥଲାପତି ବିଜୟ) ଦେଇଥିବା ବିବୃତିକୁ କେନ୍ଦ୍ର କରି ଗୃହରେ ପ୍ରବଳ ହଙ୍ଗାମା ସୃଷ୍ଟି ହୋଇଛି। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଶେଷରେ ମାର୍ଶଲ ଡକାଇ ଡିଏମକେ ବିଧାୟକମାନଙ୍କୁ ଗୃହରୁ ବାହାର କରିଦେଇଛନ୍ତି। ଏହି ଘଟଣାକୁ ନେଇ ତାମିଲନାଡ଼ୁର ରାଜନୀତି ଚରମରେ ପହଞ୍ଚିଛି।

କ’ଣ ଥିଲା ପୂରା ଘଟଣା ?

ବିଧାନସଭା ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ‘ଟାସମାକ୍’ (TASMAC) ଦୁର୍ନୀତି ଏବଂ ମିସା (MISA) ଆଇନକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର କିଛି ତଥ୍ୟ ଆଧାରରେ ଡିଏମକେକୁ କଡ଼ା ସମାଲୋଚନା କରିଥିଲେ। ୨୦୨୧ ରୁ ୨୦୨୫ ମଧ୍ୟରେ ରାଜ୍ୟରେ ଏକ ଅବୈଧ ଗ୍ୟାଙ୍ଗ ସକ୍ରିୟ ଥିଲା ଏବଂ ସରକାରୀ କଳର ଦୁରୁପଯୋଗ କରି ବ୍ୟାପକ ଆର୍ଥିକ ହେରଫେର କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଥିଲେ।

Also Read: ମହାଷ୍ଟମୀରେ ମଦ ବ୍ୟାନ୍, ପଣ୍ଡାଲଗୁଡ଼ିକୁ ୧ ଲକ୍ଷ ଟଙ୍କା ଓ ମାଗଣା ବିଜୁଳି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ବାଚସ୍ପତିଙ୍କ ପୋଡିୟମ୍ ଘେରିଲେ ବିରୋଧୀ

ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିକୁ ନେଇ ଡିଏମକେର ମୁଖ୍ୟ ସଚେତକ ଇ.ଭି. ଭେଲୁଙ୍କ ନେତୃତ୍ୱରେ ଦଳୀୟ ବିଧାୟକମାନେ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ। ସେମାନେ ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ୍ ପାଖରେ ପହଞ୍ଚି ନାରାବାଜି କରିଥିଲେ। ବିଜୟଙ୍କ ଏହି ମନ୍ତବ୍ୟକୁ ବିଧାନସଭା କାର୍ଯ୍ୟସୂଚୀରୁ ହଟାଇବା ପାଇଁ ଦାବି କରିଥିଲେ।

ମାର୍ଶଲଙ୍କ ଦ୍ୱାରା ବିଧାୟକ ନିଷ୍କାସିତ

ପ୍ରବଳ ହଟ୍ଟଗୋଳ ସହ ସ୍ଥିତି ଅସମ୍ଭାଳ ହେବାରେ ଲାଗିଲା। ଏହା ସହ ବିଧାୟକମାନେ ବାଚସ୍ପତିଙ୍କ ଆସନ ପାଖରୁ ନ ହଟିବାରୁ, ଗୃହର ଶୃଙ୍ଖଳା ରକ୍ଷା ପାଇଁ ବାଚସ୍ପତି ମାର୍ଶଲମାନଙ୍କୁ ଡକାଇଥିଲେ। ପରେ ମାର୍ଶଲମାନେ ଗଣ୍ଡଗୋଳ କରୁଥିବା ଡିଏମକେ ବିଧାୟକମାନଙ୍କୁ ଗୃହରୁ ବାହାରକୁ ନେଇଯାଇଥିଲେ। ତଥାପି ଗୃହରେ କାର୍ଯ୍ୟ ସୁରୁଖୁରୁରେ ଚାଲି ପାରିନାହିଁ