ମୋରଡା, ୧୭।୧୧ : ଚାଲାଣ ହେଉଥିଲା ଚୋରାକାଠ । ଧରି ପକାଇଲା ବନ ବିଭାଗ । ଜବତ ହେଲା ବିପୁଳ ପରିମାଣର ଦାମୀ କାଠ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବନଖଣ୍ଡ ଅଧୀନ ବଡାମପୁର ସେକ୍ସନର ଗଡ଼ିଗାଁ ଗ୍ରାମ ନିକଟରେ ।

Also Read :- ପଞ୍ଚୁକ ପୂର୍ବରୁ ପୁରୀରେ ଭକ୍ତିର ମାହୋଲ, ମହାପ୍ରଭୁଙ୍କ ନାମରେ କମ୍ପୁଛି ବଡ଼ଦାଣ୍ଡ

ରିପୋର୍ଟ ଅନୁସାରେ, ନିମ୍ବ ଓ ଶାଗୁଆନ କାଠ ଗଣ୍ଡି ବୋଝେଇ ଏକ ମହିନ୍ଦ୍ରା ପିକଅପ୍ ଗାଡ଼ିକୁ ବନ ବିଭାଗ ଜବତ କରିଛି । ଜବତ ହୋଇଥିବା ନିମ୍ବ ଓ ଶାଗୁଆନ କାଠର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ଚୋରା କାଠ ମାଫିଆମାନେ ଫେରାର ହୋଇଯାଇଥିଲେ । ଉକ୍ତ ଚଢ଼ାଉରେ ବେତନଟୀ ରେଞ୍ଜର ଜ୍ୟୋତି ରଞ୍ଜନ ସେନାପତି, ଫୋରେଷ୍ଟର ଦୀପକ କୁମାର ରାଉତ, ଫରେଷ୍ଟର ଗାର୍ଡ ବିଜୟ ଶଙ୍କର ଦାସ ସାମିଲ ଥିଲେ ।