ପୁରୀ ୧୭।୧୧ : କାର୍ତ୍ତିକ ମାସ ମାନେ ଭକ୍ତିର ମାସ। ପବିତ୍ରତାର ମାସ। ଆଉ ଏହି କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ସାରା ଓଡ଼ିଶାରୁ ଶହ ଶହ ହବିଷ୍ୟାଳୀ ପୁରୀରେ ରହି ହବିଷ୍ୟ ବ୍ରତ ପାଳନ କରୁଛନ୍ତି।

ତେବେ ସକାଳୁ ଉଠି ସ୍ନାନ ସାରିବା ପରେ ଚଉଁରା ମୂଳେ ଏକାଠି ହୋଇ ରାଧାଦାମୋଦରଙ୍କ ପୂଜା କରନ୍ତି। ତୁଳସୀ ଚଉଁରା ମୂଳେ ଦୀପ ଜାଳି, ଫୁଲ ଚଢ଼ାଇ, ନାମ ଜପ କରନ୍ତି। ଏହା ପରେ ସମସ୍ତେ ମିଶି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ସେପଟେ ହବିଷ୍ୟାଳୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରହିବା ପାଇଁ ଶିବିର, ଖାଇବା ପାଇଁ ବ୍ୟବସ୍ଥା, ଆଉ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। କାରଣ ଅଧିକାଂଶ ହବିଷ୍ୟାଳୀ ବୟସ୍କା ହୋଇଥିବାରୁ ସେମାନଙ୍କ ଯତ୍ନ ନେବା ଜରୁରୀ।

Also Read:-ଲକ୍ଷେକୁ ଖସିଲା ସୁନା ରେଟ୍ ! ରୁପା ବି ରାତାରାତି ହୋଇଗଲା ଶସ୍ତା : ଶୀଘ୍ର କିଣି ଆଣନ୍ତୁ

ସେହିପରି ଆଗକୁ ପଞ୍ଚୁକ ସହ କାର୍ତ୍ତିକ ପୂର୍ଣ୍ଣିମା ଅଛି। ସେଥିପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଆହୁରି ବଢ଼ିବ। ହେଲେ ଏବେ ଠାରୁ ହିଁ ପୁରୀ ସହର ଭକ୍ତିମୟ ହୋଇ ଉଠିଛି। ମହାପ୍ରଭୁଙ୍କ ନାମରେ କମ୍ପୁଛି ହବିଷ୍ୟାଳୀ ଶିବିର ଏବଂ ବଡ଼ଦାଣ୍ଡ।