ସୁବର୍ଣ୍ଣପୁର ୩୧।୫: ମହାନଦୀକୁ ଡେଇଁଲେ ମହିଳା । ସୋନପୁର ମହାନଦୀ ସେତୁରୁ ମହିଳା ଜଣକ ଡେଇଁ ପଡ଼ିଥିବା ବେଳେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କେଉଁ କାରଣରୁ ଡେଇଁଲେ ସ୍ପଷ୍ଟ ଜଣାପଡି ନାହିଁ । ମହିଳା ଜଣକ ସଦର ବ୍ଲକ କଇଁଫୁଲ ଗାଁର ହୋଇଥିବା ସୂଚନା ।

ସୂଚନାଯୋଗ୍ୟ ଯେ, ସ୍ୱାମୀ-ସ୍ତ୍ରୀ ଉଭୟେ ଘରୁ ବାହାରି ମେଟାକାନି ବୁଲିବାକୁ ଯାଉଥିବା ବେଳେ ମହାନଦୀ ସେତୁ ଉପରେ ମହିଳା ଜଣକ ଗାଡ଼ି ଅଟକାଇବା ପାଇଁ କହିଥିଲେ । ଗାଡ଼ି ଅଟକିବା ପରେ ସେ ଯାଇ ନଦୀକୁ ଡେଇଁ ପଡ଼ିଥିଲେ ।

Also Read:- ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ଆକ୍ସନ, ବଦଳିଲେ ଥାନା ଆଇଆଇସି

ତେବେ ପାଣିରେ ପଡ଼ିଥିବାରୁ ବିଶେଷ କିଛି ହୋଇନାହିଁ । ତୁରନ୍ତ ଗାଧାଉଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବିଭାଗ ତାଙ୍କୁ ମହାନଦୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବେ ମହିଳାଙ୍କ ଅବସ୍ଥା ଠିକ୍ ଥିବା ଜଣାପଡିଛି ।