ଭୁବନେଶ୍ୱର ୩୧।୦୫ :  ବଦଳିଲେ ବାରଙ୍ଗ ଥାନା ଆଇଆଇସି । ବାରଙ୍ଗ ଥାନାରେ ରାକେଶ ବେହେରାଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗରେ ପୋଲିସର ଆକ୍ସନ । ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରାଙ୍କୁ ବଦଳି କରାଯାଇଛି । ବାରଙ୍ଗ ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ରହିବ ପୁରୀ ଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ ।

ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା ଓରଫ ମୁନା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ୧୬ ତାରିଖରେ ରାକେଶ ସ୍ତ୍ରୀ ନିଖୋଜ ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହ ଚିହ୍ନଟ ପାଇଁ ପୋଲିସ ରାକେଶଙ୍କୁ ଥାନାକୁ ଡାକିଥିଲା। ହେଲେ ମୃତଦେହ ସ୍ତ୍ରୀଙ୍କ ନୁହେଁ ବୋଲି କହିବା ପରେ ରାକେଶଙ୍କୁ ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗତ ତିନି ଦିନ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । 

Also Read:- Jatra Controversy: ହିରୋଇନ ହେବାକୁ କହି ଗଣଦୁଷ୍କର୍ମ, ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲିଂ, ମୁହଁ ଖୋଲିଲେ ମାରିଦେବାକୁ ଧମକ...

ତେବେ ଗୋଟିଏ ପଟେ ବିବାଦ ଚାଲିଥିବା ବେଳେ ରବିବାର ନିଆଯାଇଛି ଆକ୍ସନ । ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରାଙ୍କୁ ବଦଳି କରାଯାଇଛି। ତାଙ୍କ ବଦଳରେ ବାରଙ୍ଗ ଥାନା IIC ଦାୟିତ୍ୱରେ ରହିବେ ପୁରୀଘାଟ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ।