ସୁନ୍ଦରଗଡ଼ ୬।୧୧: ସୁନ୍ଦରଗଡ଼ ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଭଷ୍ମା ଅଞ୍ଚଳରେ ଉତ୍ତେଜନା । ଫ୍ଲାଏଆସ ଗାଡିରୁ ଟଙ୍କା ଆଦାୟ କରୁଥିବା ସଂସ୍ଥା କାର୍ଯ୍ୟାଳୟକୁ ଜାଳିଦେଲେ ଲୋକେ । ଏଥିସହ ଏକ କାର୍କୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଲୋକେ । ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଲୋକେ । ଏହି ମାମଲାରେ ପୋଲିସ ୧୮ ଜଣଙ୍କୁ ଅଟକ ରଖିଛି । ଫ୍ଲାଏ ଆସ୍ ପରିବହନ ଗାଡ଼ିରୁ ଟଙ୍କା ଆଦାୟକୁ ନେଇ ବିବାଦରୁ ଜଣଙ୍କ ମୁଣ୍ଡ ଗଡିଛି । ଗୁଳିମାଡ଼ରେ ସିଲୁ ନେଟି ନାମକ ଜଣେ ଯୁବକଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁସାରେ, NTPC ଦର୍ଲିପାଲିରୁ ବାହାରୁଥିବା ଫ୍ଲାଏ ଆସ୍ ପରିବହନ ଗାଡ଼ିରୁ ଟଙ୍କା ଆଦାୟକୁ ନେଇ ଦୀର୍ଘଦିନ ଧରି ଦୁଇ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା । ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସଂଘ ଟଙ୍କା ଆଦାୟ କରୁଥିବା ବେଳେ ଗୁରୁବାର ରାଇଜ୍ ପକ୍ଷରୁ ମଧ୍ୟ ଆଦାୟ ଆରମ୍ଭ ହୋଇଥିଲା । ଏହାକୁ ନେଇ ବଢ଼ିଥିଲା ଉତ୍ତେଜନା । ଶେଷରେ ଏହା ରକ୍ତାକ୍ତ ସଂଘର୍ଷ ଓ ହତ୍ୟାକାଣ୍ଡର ରୂପ ନେଇଥିଲା ।

Also Read:-ରାତିରେ ନାଟକ ଦେଖିବାକୁ ଯାଇଥିଲେ, ସକାଳୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ

ଏହି ଘଟଣା ପରେ ଅପରାଧୀଙ୍କ ଖସିଯିବା ରାସ୍ତା ବନ୍ଦ କରିବାକୁ ପୋଲିସ ପକ୍ଷରୁ ସୀମା ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି ।