କଟକ ୬।୧୧: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଆବେଦନ ଉପରେ ଅପ ଟୁ ଡେଟ କେସ ଡାଏରୀ ଦାଖଲ କରିବା ପାଇଁ ଆଜି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଏବଂ ଧମକ ଦେବା ଭଳି ଅଭିଯୋଗରେ ଫସିଛନ୍ତି ସୁଶାନ୍ତ ନାଥ । ତେବେ ମୂଳ ଏତଲା ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ ।

ତେବେ ଆଜି ଶୁଣାଣି ସମୟରେ ସୁଶାନ୍ତଙ୍କ ତରଫରୁ ଯୁକ୍ତି ରଖାଯାଇଥିଲା କି ଅଭିଯୋଗ ଭିତ୍ତିହୀନ । ଯେହେତୁ DGP ହେବାଲାଗି ତାଙ୍କ ନାଁ ମନୋନୀତ ହୋଇଛି, ତାର ବାଟ ବନ୍ଦ କରିବା ଲାଗି ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର । ସେହିପରି ବିଳମ୍ବରେ ଏତଲା ଦାୟର ହେବା ପଛର କାରଣ କ’ଣ ବୋଲି ମଧ୍ୟ ଆଜି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଯାହା ଉପରେ ସ୍ପଷ୍ଟୀକରଣ ରଖିବା ଲାଗି ପ୍ରତିପକ୍ଷ ସମୟ ଲୋଡିଛନ୍ତି । ତେଣୁ ଆସନ୍ତା ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

Also Read:- ଜମି ରେଜିଷ୍ଟ୍ରି ପାଇଁ ଲାଞ୍ଚ ଅଭିଯୋଗ, ମହିଳା ସବ୍ ରେଜିଷ୍ଟ୍ରାରଙ୍କୁ ଧରିଲା ଭିଜିଲାନ୍ସ

ଚୌଦ୍ୱାର ଜେଲ୍ ସୁପରିଣ୍ଟେଣ୍ଡଣ୍ଟ ସୁଜିତ ବରାଳଙ୍କ ନାଁରେ ସଂଗୀନ ଅଭିଯୋଗ ହେବା ପରେ ସେ ଗିରଫ ହୋଇଛନ୍ତି । ତେବେ ସେହି ଅଭିଯୋଗକୁ ପ୍ରତ୍ୟାହାର କରିବା ଲାଗି ତାଙ୍କୁ ଧମକ ଦିଆଯିବା ସହିତ ଯୌନ ନିର୍ଯାତନା ଦିଆଯାଇଛି ବୋଲି ଅଭିଯୋଗ କରି ଚୌଦ୍ୱାର ଜେଲ୍ର ମହିଳା ଜେଲର ସୁଶାନ୍ତ ନାଥଙ୍କ ନାଁରେ ଏତଲା ଦାଏର କରିଛନ୍ତି ।