ନୂଆଦିଲ୍ଲୀ, ୧୭|୦୭: ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ଏଥରକୁ ମିଶାଇ ସପ୍ତମ ଥର ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଦଳ ୬ ଥର ଫାଇନାଲ ଖେଳି ୩ ଥର ଜିତିଥିବାବେଳେ ୩ ଥର ରନର୍ସଅପ୍ ହୋଇଛି। କ'ଣ ହେବ ଏଥର ? ସାରା ବିଶ୍ୱର ଆର୍ଜେଣ୍ଟିନା ପ୍ରଶଂସକଙ୍କୁ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି। ସ୍ପେନକୁ ହରାଇ ଦଳ ଟାଇଟଲ ବଜାୟ ରଖିବ ନା ରେକର୍ଡ ୩-୪ କରିବ।

ପୂର୍ବରୁ ଇଟାଲୀ ୧୯୩୪ ଓ ୧୯୩୮ରେ ଏବଂ ବ୍ରାଜିଲ ୧୯୫୮ ଓ ୧୯୬୨ ସଂସ୍କରଣରେ କ୍ରମାନ୍ଵୟରେ ଦୁଇଥର ଲେଖାଏଁ ଟାଇଟଲ ଜିତିଥିଲେ। ଆର୍ଜେଣ୍ଟିନା ଚାମ୍ପିଅନ ହେଲେ ଇଟାଲୀ ଓ ବ୍ରାଜିଲ ରେକର୍ଡର ସମକକ୍ଷ ହେବ। ସେମିତି କେବଳ ବ୍ରାଜିଲ ୫ ଥର ବିଶ୍ଵ ଚାମ୍ପିଅନ ହୋଇଛି। ଆର୍ଜେଣ୍ଟିନା ଏଥର ଜିତିଲେ ଜର୍ମାନୀ ଓ ଇଟାଲୀ (୪ ଥର ଲେଖାଏଁ) ସହ ସମକକ୍ଷ ହୋଇପାରିବ।

Also Read :-West Bengal: ମୁର୍ଶିଦାବାଦରେ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ୨ ପିଲାଙ୍କ ଜୀବନ;

୧୯୩୦ ପ୍ରଥମ ସଂସ୍କରଣରେ ଆର୍ଜେଣ୍ଟି ନା ସେମି ଫାଇନାଲ ଖେଳିଥିଲା। ୬-୧ ଗୋଲରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲରେ ୪-୨ ଗୋଲରେ ଉରୁଗୁଏ ଠାରୁ ପରାଜିତ ହୋଇଥିଲା। ୧୯୭୮ରେ ଗ୍ରୁପ୍ ବି’ରେ ଦଳ ଫାଇନାଲରେ ପ୍ରବେଶ କରିଥିଲା। ୩-୧ ଗୋଲରେ ନେଦରଲାଣ୍ଡସକୁ ହରାଇ ପ୍ରଥମ ଟ୍ରଫି ଜିତିବାର ଗୌରବ ଲାଭ କରିଥିଲା ।

୧୯୮୬ରେ ଆର୍ଜେଣ୍ଟିନା ୨-୦ରେ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ୩-୨ରେ ପଶ୍ଚିମ ଜର୍ମାନୀକୁ ହରାଇଥିଲା। ୧୯୯୦ରେ ୧-୧ (୪-୩)ରେ ଇଟାଲୀକୁ ପରାସ୍ତ କରିଥିଲା। ମାତ୍ର ଏଥର ଆର୍ଜେଣ୍ଟିନା ଟାଇଟଲ ବଜାୟ ରଖି ପାରିନଥିଲା। ଗୋଟିଏ ଗୋଲରେ ପଶ୍ଚିମ ଜର୍ମାନୀଠୁ ପରାସ୍ତ ହୋଇଥିଲା। ୨୦୧୪ରେ ସୁଟଆଉଟରେ (୪-୩) ନେଦରଲାଣ୍ଡସକୁ ହରାଇଥିଲା । ପୁଣି ଥରେ ୧-୦ ଗୋଲରେ ଜର୍ମାନୀଠୁ ପରାସ୍ତ ହୋଇ ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିଲା ।

କ'ଣ ହେବ ଏଥର ?

୨୦୨୨ ବିଶ୍ଵକପ୍ ସେମିରେ ୩-୦ରେ କ୍ରୋଏସିଆକୁ ଆର୍ଜେଣ୍ଟିନା ପରାସ୍ତ କରିଥିଲା। ଫାଇନାଲରେ ଫ୍ରାନ୍ସକୁ ୩-୩ (୪-୨) ଗୋଲରେ ହରାଇଥୁଲା I ପୁଣି ଦଳ ଏଥର ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୧୯ ତାରିଖରେ ସ୍ପେନ ସହ ଫାଇନାଲ ଖେଳିବ।

୧୯୮୬ରେ ଦ୍ଵିତୀୟ ଥର ବିଶ୍ଵ ଚାମ୍ପିଅନ ହେବା ପରେ ଆର୍ଜେଣ୍ଟିନା ୧୯୯୦ରେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଟାଇଟଲ ବଜାୟ ରଖ୍ ପାରି ନଥିଲା। ପୁଣି ଦଳ ଚଳିତ ସଂସ୍କରଣରେ ସମାନ ପ୍ରଦର୍ଶନ ଦୋହରାଇଛି। ଅଧିନାୟକ ଲିଓନେଲ ମେସି ଏଥର ଯେମିତି ଫର୍ମରେ ରହିଛତି, ଫଳାଫଳ ଭିନ୍ନ ହେବ ବୋଲି ଆଶା କରାଯାଉଛି ।