ଭୁବନେଶ୍ବର ୨।୧୧: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଭାରତ ଅକ୍ଷୟ ଶକ୍ତି ସମିଟ୍ ଓ ପ୍ରଦର୍ଶନୀ ୨୦୨୬' ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ସବୁଜ ଓ ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ତଥା ନିବେଶ ବଢ଼ାଇବା ଏହାର ପ୍ରମୁଖ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

 Also Read:- ରାତି ୭ଟାରୁ ୯ଟା ଯାଏଁ ବାଣ ଫୁଟା, ପ୍ରଦୂଷଣ ବୋର୍ଡର ଗାଇଡଲାଇନ୍ ; ଚୋରା ବାଣ ବିକ୍ରି ଉପରେ ପୋଲିସର ନଜର

ଏହାସହ ଏହି ଗସ୍ତ ବେଳେ ବାତ୍ୟା ଅର୍ଣ୍ଣବ ଓ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିବା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ନେଇ କେନ୍ଦ୍ର ସରକାର ଏବଂ କେନ୍ଦ୍ର ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କେନ୍ଦ୍ରୀୟ ସହାୟତା ଦାବି କରିପାରନ୍ତି ମୁଖ୍ୟମନ୍ତ୍ରୀ ।