ଭୁବନେଶ୍ୱର ୦୨।୧୧ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଲାଗିଛି ନିଖୋଜ ପୋଷ୍ଟବ l ବାତ୍ୟା ପରି ଭୟାଭୟ ସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ  ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଦେଖା ନଥିବାରୁ ଏଭଳି ପୋଷ୍ଟର ଲଗା ଯାଇଥିବା ଆଲୋଚନା ହେଉଛି l ହେଲେ କିଏ କାହିଁକି କଣ ପାଇଁ ଏଭଳି ପୋଷ୍ଟର ଲଗେଇଛି ତାହା ଅସ୍ଵଷ୍ଟ ରହିଛି l

ହିଞ୍ଜିଳିରେ ନବୀନ ପଟ୍ଟନାୟକ ମିସିଂ ପୋଷ୍ଟରକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି ଦୁର୍ଦ୍ଦିନରେ ଯଦି ହିଞ୍ଜିଳିବାସୀ ନିଜ ବିଧାୟକଙ୍କୁ ଖୋଜିଲେ ଏବଂ ନପାଇବାରୁ ମିସିଂ ପୋଷ୍ଟର ଲଗାଇଲେ ସେଥିରେ ଭୁଲ୍ କେଉଁଠି ରହିଲା ? ନବୀନ ବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ହେଲିକପ୍ଟରରେ ଯାଉଥିଲେ । କିନ୍ତୁ ଆଜି ସରକାରରେ ନାହାନ୍ତି ବୋଲି ନିଜ ନିର୍ବାଚନମଣ୍ଡଳୀକୁ ଯିବା ପାଇଁ ତାଙ୍କର ଆଗ୍ରହ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।

Also Read:-ରାମଲୀଳା ମଇଦାନରେ ବିରୋଧୀଙ୍କ ସମାବେଶକୁ ଟାର୍ଗେଟ୍, ପରିବାରବାଦ ନେଇ ବର୍ଷିଲେ ସୁଧାଂଶୁ

ସେପଟେ ବିଜେପି ନେତାଙ୍କ ଏଭଳି ପ୍ରଶ୍ନର ଉତ୍ତର ରଖିଛି ବିଜେଡି । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ନବୀନ କ୍ଷମତାରେ ଥିଲା ବେଳେ ବିରୋଧୀ ଦଳ ନେତାଙ୍କୁ ଏତେ ଖୋଜୁ ନଥିଲେ ।ବିପତ୍ତିରୁ କେମିତି ଲୋକଙ୍କୁ ରକ୍ଷା କରାଯାଇପାରିବ ସେଥି ପାଇଁ କାମ କରୁଥିଲେ । କିନ୍ତୁ ଏବେ ବିଜେପି ନେତା ହିଞ୍ଜିଳିରେ ନବୀନଙ୍କୁ ଖୋଜିକି ପୋଷ୍ଟର ମାରିଛନ୍ତି । ଗଞ୍ଜାମ ଗଜପତି ସ୍ଥିତି ସଂଗୀନ, ବ୍ୟାପକ କ୍ଷତି ହୋଇଛି ।ନବୀନ ବାବୁ ନିଜେ ନଗଲେ ବି ବରିଷ୍ଠ ନେତାଙ୍କୁ ପଠେଇ ଥିଲେ । ଆମେ ମାନେ ଗାଁକୁ ଗାଁ ବୁଲି ରିପୋର୍ଟ ଆଣି ନବୀନଙ୍କୁ ଦେଇଛୁ । ଜିଲ୍ଲା ପ୍ରଶାସନ ସହ ସେ ଯୋଗାଯୋଗରେ ଅଛନ୍ତି  ।