ମୁମ୍ବାଇ : ତାମିଲ ସୁପରଷ୍ଟାର ବିଜୟଙ୍କ ପାଇଁ ଆଜିର ଦିନଟି ବହୁତ ଖାସ୍ । ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ଚାଲିଛି। ଚଳିତ ନିର୍ବାଚନରେ ତାଙ୍କ ଦଳ ଟିଭିକେ, ବର୍ତ୍ତମାନ ଆଗରେ ଅଛି। ଏହି ଦିନକୁ ବହୁ ଦିନରୁ ଅପେକ୍ଷା କରିଥିଲେ, କାରଣ ଏଥିପାଇଁ ସେ ଖୁବ୍ ପରିଶ୍ରମ କରିଛନ୍ତି। ରାଜନେତା ହେବାକୁ ବିଜୟ ଫିଲ୍ମ ଛାଡ଼ି ପଲିଟିକ୍ସରେ ଏଣ୍ଟ୍ରି କରିଥିଲେ। ଆଉ ନିଜର ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଭିତରେ ବିଜୟଙ୍କ ଦଳ ଆଗରେ ଥିବା ନଜର ଆସୁଛି। ଏହାରି ଭିତରେ ତାଙ୍କ ପର୍ସନାଲ ଲାଇଫ୍ , ଖାସ କରି ତାଙ୍କର ନାଁକୁ ନେଇ ଖୁବ୍ ଚର୍ଚ୍ଚା।
ଅଭିନେତା ବିଜୟଙ୍କ ପୂରା ନାଁ ଜୋସେଫ ବିଜୟ। ଯଦିଓ ଫ୍ୟାନ୍ସ ତାଙ୍କୁ ମୁଖ୍ୟତଃ 'ଥାଲାପତି ବିଜୟ' ନାମରେ ଜାଣନ୍ତି। ରଜନୀକାନ୍ତ ଏବଂ କମଲ ହାସନଙ୍କ ପଦାଙ୍କ ଅନୁସରଣ କରି, ବିଜୟଙ୍କୁ ତାମିଲ ସିନେମାର ସବୁଠାରୁ ବଡ଼ ସୁପରଷ୍ଟାର ଭାବରେ ବିବେଚନା କରାଯାଏ। ତାଙ୍କ ଫିଲ୍ମଗୁଡ଼ିକ ଲଗାତାର ଭାବରେ ସୁପରହିଟ୍ ସାବ୍ୟସ୍ତ ହୁଏ। ବିଜୟ ଗତ 30 ବର୍ଷ ଧରି 'ଟଲିଉଡ୍'ରେ ରାଜ୍ କରୁଛନ୍ତି। ତାଙ୍କର ପ୍ରଶଂସକମାନଙ୍କ ସହିତ ତାଙ୍କର ଏକ ଗଭୀର ସମ୍ପର୍କ ରହିଛି।
ସାଉଥରେ ସାଧାରଣତଃ ବଡ଼ ବଡ଼ ଷ୍ଟାରଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ପ୍ରଶଂସକମାନେ ତାଙ୍କ ଷ୍ଟାରମାନଙ୍କୁ ବିଭିନ୍ନ ସମ୍ମାନଜନକ ଉପାଧି ଦଅନ୍ତି। ଉଦାହରଣ ସ୍ୱରୂପ, ରଜନୀକାନ୍ତଙ୍କୁ 'ଥଲାଇଭା' ଅର୍ଥାତ୍ 'ବସ୍', କମଲ ହାସନଙ୍କୁ 'ଉଲନାୟଗନ୍' ଅର୍ଥାତ୍ 'ୟୁନିଭର୍ସାଲ୍ ହିରୋ' ଭାବରେ ଜଣାଯାଏ। ସେହିପରି, ବିଜୟଙ୍କୁ 'ଥାଲାପତି' ଉପାଧି ଦିଆ ଯାଇଥିଲା। ରଜନୀକାନ୍ତ ଏବଂ କମଲ ହାସନଙ୍କ ବହୁ ଦିନ ପରେ ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଏନ୍ କରିଥିଲେ। ତଥାପି କାହିଁକି ତାଙ୍କୁ 'ଥାଲାପତି' ବୋଲି ସମ୍ବୋଧିତ କରାଯାଉଛି?
ବିଜୟ 1984 ମସିହାରେ ଶିଶୁ କଳାକାର ଭାବରେ ତାଙ୍କର ସିନେମା ଯାତ୍ରା ଆରମ୍ଭ କରିଥିଲେ। ଧିରେ ଧିରେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। କିନ୍ତୁ ୧୯୯୨ ମସିହାରେ ଫିଲ୍ମ "ନାଲେୟା ଥିର୍ପୁ" ମାଧ୍ୟମରେ ଫିଲ୍ମ ହିରୋ ହୋଇଥିଲେ। ଏହା ପରେ, ସେ ଅନେକ ଫିଲ୍ମରେ କାମ କରିଥିଲେ , ଯାହା ତାଙ୍କୁ ଖୁବ୍ ଲୋକପ୍ରିୟତା ଦୋଇଥିଲା। ୧୯୯୪ ମସିହାରେ ତାଙ୍କ ବାପା ଏସ.ଏ. ଚନ୍ଦ୍ରଶେଖରଙ୍କ ଦ୍ୱାରା ନିର୍ମିତ ଫିଲ୍ମ "ରାସିଗାନ"ର ସଫଳତା ତାଙ୍କୁ 'ଇଲାୟା ଥାଲାପତି' ଉପାଧି ଦେଇଥିଲା। ଯାହାର ଅର୍ଥ 'ୟଙ୍ଗ କମାଣ୍ଡର'।
ବହୁ ବର୍ଷ ଧରି, ବିଜୟ 'ଇଲାୟା ଥାଲାପତି' ନାମରେ ପରିଚିତ ଥିଲେ। ୨୦୧୭ ରେ, ଶାହରୁଖ ଖାନଙ୍କ ଚଳଚ୍ଚିତ୍ର "ଜବାନ"ର ନିର୍ଦ୍ଦେଶକ ଏଟଲିଙ୍କ ସହ ମିଶି ସେ ତାଙ୍କ ନାଁ "ଇଲାୟାଥାଲାପତି" ରୁ "ଥାଲାପତି" କରିବାକୁ ନିଷ୍ପତ୍ତି ନେଇଥିଲେ। ବିଜୟ "ୟଙ୍ଗ କମାଣ୍ଡର" ରୁ କେବଳ "କମାଣ୍ଡର" ହୋଇଥିଲେ। ଏଟଲିଙ୍କ ଚଳଚ୍ଚିତ୍ର "ମେର୍ସଲ" ରେ, "ଥାଲାପତି" ଉପାଧି ତାଙ୍କ ନାଁ ପୂର୍ବରୁ ଲଗାଯାଇଥିଲା। ସେହି ସମୟରୁ, ସେ "ଥାଲାପତି ବିଜୟ" ନାଁ ରେ ପରିଚିତ ହୋଇଥିଲେ। ତାଙ୍କ ପ୍ରଶଂସକମାନେ ଏହି ପରିବର୍ତ୍ତନକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରିଥିଲେ। ବିଜୟ ଏଟଲିଙ୍କ ସହିତ ମୋଟ୍ ତିନୋଟି ଫିଲ୍ମ ତିଆରି କରିଥିଲେ, ଯାହା ସବୁ ବକ୍ସ ଅଫିସରେ ସୁପରହିଟ୍ ପ୍ରମାଣିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ହିଟ୍ ଥିଲା ‘ଥେରୀ’, ଯାହା ପରେ ’ବେବି ଜନ୍’ ନାଁରେ ଏହାର ରିମେକ୍ ବନାଯାଇଥିଲା।
Also Read- Tamil Nadu Election: ଥାଲାପତିଙ୍କ ପରାଜୟ ଗୁଜବ ଶୁଣି ଗଳା କାଟି ଦେଲେ ପ୍ରଶଂସକ, ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
ଥାଲାପତି ବିଜୟଙ୍କ ଶେଷ ଫିଲ୍ମ, ‘ଜନ ନାୟଗନ୍’,କୁ ବି ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ଫିଲ୍ମଟି ଗତ ପାଞ୍ଚ ମାସ ଧରି ସେନ୍ସର ବୋର୍ଡ ଦ୍ୱନ୍ଦ୍ୱରେ ଫସିଛି। ଏବେ, ଯଦି ରାୟ ବିଜୟଙ୍କ ସପକ୍ଷରେ ଯାଏ, ତେବେ ଫିଲ୍ମର ମୁକ୍ତି ନିଶ୍ଚିତ ବୋଲି ବିବେଚନା କରାଯାଉଛି।
