ସମ୍ବଲପୁର ୨୩।୪: ସମ୍ବଲପୁର ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ l ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ବରିଷ୍ଠ ଛାତ୍ରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କଲା ଭିସୁଟ୍ କର୍ତ୍ତୃପକ୍ଷ l ଜଣେ ଛାତ୍ରଙ୍କୁ ୧୦ ହଜାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି l ଆଣ୍ଟି ରାଗିଂ ସେଲ୍ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ତଦନ୍ତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି l

Also Read:- Bhanjanagar businessman Death: ବ୍ୟବସାୟୀଙ୍କ ମୃତ୍ୟୁ ପଛରେ ବଡ଼ ରହସ୍ୟ ! ଛାଡ଼ିବାକୁ ୨ କୋଟି ଡିମାଣ୍ଡ, ସ୍ତ୍ରୀଙ୍କୁ ଆସିଥିଲା ନିର୍ଯାତନାର ଭିଡିଓ

୪ ଜଣ ବରିଷ୍ଠ ଛାତ୍ର ଜଣେ କନିଷ୍ଠ ଛାତ୍ରଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଜଣେ କନିଷ୍ଠ ଛାତ୍ର ଏହାର ଭିଡିଓ ଉତ୍ତୋଳନ କରୁଥିଲେ l ଯାହାକୁ ନେଇ ବରିଷ୍ଠ ଛାତ୍ରମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ନେଇ ଭିସୁଟ୍ କୁଳପତି ପ୍ରଫେସର ଦୀପକ ସାହୁ ସୂଚନା ଦେଇଛନ୍ତି l