ନୂଆଦିଲ୍ଲୀ: ଭାରତ ସରକାର ୨୦୦୨ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ବିଶ୍ୱେସ ନେଗୀଙ୍କୁ ଇରାନରେ ନିଜର ପରବର୍ତ୍ତି ରାଜଦୂତ ନିଯୁକ୍ତ କରିଛନ୍ତି। ବିଦେଶ ମନ୍ତ୍ରାଳୟ ସୋମବାର ଏକ ଅଧିକାରୀକ ବୟାନରେ ଏହି ସୂଚନା ଦେଇଛନ୍ତି। ବିଶ୍ୱେସ ନେଗୀ ଇରାନ ରାଜଦୂତ ନିଯୁକ୍ତି ପୂର୍ବରୁ ନୂଆଦିଲ୍ଲୀ ସ୍ଥିତ ବିଦେଶ ମନ୍ତ୍ରାଳୟରେ ଯୁଗ୍ମ ସଚିବ ପଦରେ ଅବସ୍ଥାପିତ ଥିଲେ। ବିଦେଶ ମନ୍ତ୍ରାଳୟ ଅନୁସାରେ ସେ ଖୁବ୍ ଶୀଘ୍ର ଇରାନ ରାଜଧାନୀ ତେହେରାନ ପହଞ୍ଚି ନିଜର ନୂଆ ଡିପ୍ଲୋମ୍ୟାଟିକ୍ ଦାୟିତ୍ୱ ଗ୍ରହଣ କରିବେ।

ବିଶ୍ୱେସ ନେଗୀଙ୍କ ଏହି ନିଯୁକ୍ତି ଏପରି ସମୟରେ ହୋଇଛି ଯେତେବେଳେ ଭାରତ ଓ ଇରାନ ମଧ୍ୟରେ ରଣନୀତିକ ଓ ବ୍ୟାପାରିକ ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଖାସ କରି ପଶ୍ଚିମ ଏସିୟାରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ ଲାଗି ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଓ ଭାରତୀୟ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏଥିରେ ଏବେ ନେଗୀଙ୍କ ଭୂମିକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ନିଜର କୂଟନୈତିକ କ୍ୟାରିୟରରେ ବିଶ୍ୱେସ ନେଗୀ ଭାରତ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଓ ବିଦେଶୀ ମିସନର ମୁଖ୍ୟ ପଦପବୀରେ କାମ କରିଆସୁଛନ୍ତି। ସେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ମଧ୍ୟ ସେବା ଦେଇଛନ୍ତି। ଏଠାରେ ସେ ଭାରତ-ଆମେରିକା ରକ୍ଷା ସହଯୋଗ ସମ୍ପର୍କିତ ଆହ୍ୱାନ ଓ ରଣନୀତି ଉପରେ କାମ କରିଛନ୍ତି।