ନୂଆଦିଲ୍ଲୀ: ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମଧ୍ୟରେ ମାରପିଟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । X (ପୂର୍ବରୁ ଟ୍ୱିଟର) ରେ ପ୍ରସାରିତ ଏହି କ୍ଲିପରେ ଯୁବକ-ଯୁବତୀ ସାର୍ବଜନୀନ ସ୍ଥାନରେ ଯୁକ୍ତିତର୍କ ସହ ମାରପିଟ୍ କରୁଥିବା ଦେଖିବାକୁ ମିଳିଛି । ଦୁଇ ଜଣଙ୍କ ଝଗଡ଼ା ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ମଧ୍ୟ ଜମିଛି ।

ଭିଡିଓଟି ସେୟାର କରିଥିବା ଜଣେ ୟୁଜରଙ୍କ ଅନୁଯାୟୀ, ପ୍ରେମ ନିବେଦନରୁ ହିଁ ମହାଭାରତ ଆରମ୍ଭ ହୋଇଥିଲା । ସାର୍ବଜନୀନ ସ୍ଥାନରେ ଯୁବକଜଣକ ଯୁବତୀଙ୍କୁ ପ୍ରପୋଜ୍ କରିଥିଲେ । ଫଳରେ ଯୁବତୀ ରାଗି ଯାଇ ଯୁବକଙ୍କ ଉପରକୁ ପାଣି ଭର୍ତ୍ତି ଏକ ମଗ୍ ଫିଙ୍ଗି ଦେଇଥିଲେ । ଏହା ପରେ ଯୁବକ ଜଣଙ୍କ ଓ୍ବାଇପରରେ ଯୁବତୀଙ୍କୁ ମାଡ଼ ମାରିଥିଲେ । ଏହା ପରେ ଯୁବକଙ୍କ ପାଖରୁ ଓ୍ବାଇପର ଛଡ଼ାଇ ନେଇ ଅନ୍ୟ ଜଣେ ଯୁବକ ଏହାକୁ ଯୁବତୀଙ୍କ ଉପରକୁ ଫୋପାଡ଼ି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

Also Read: ପରକୀୟା ପ୍ରେମ ହେଲା କାଳ, ଗାଁ ମୁଖିଆଙ୍କୁ ମାରିଦେଲେ ପ୍ରେମିକା

ସେପଟେ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । କେହି ଏହାକୁ ‘ଅଜବ ପ୍ରେମ କୀ ଗଜବ କାହାଣୀ’ ବୋଲି କହୁଛନ୍ତି, ତ ଆଉ କିଏ ଏହାକୁ ଜେନ୍-ଜିଙ୍କ ଆଧୁନିକ ପ୍ରେମ ବୋଲି ବର୍ଣ୍ଣନା କରିଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ‘ସାର୍ବଜନୀନ ସ୍ଥାନରେ ଜଣେ ଝିଅଙ୍କୁ ପ୍ରେମ ନିବେଦନ କରିବା ଭୁଲ । ଏପରିକି ଦୁଇ ଜଣ ପରଷ୍ପରକୁ ଆକ୍ରମଣ କରିବା ଅନୁଚିତ ଥିଲା ।’ ତେବେ ଏହି ଭିଡିଓଟି କେବେ ଓ କେଉଁଠି ଉତ୍ତୋଳନ କରାଯାଇଛି ତାର ସଠିକ୍ ସୂଚନା ନାହିଁ । ଏପରିକି ଯୁବକ ଓ ଯୁବତୀଙ୍କ ଝଗଡ଼ା ପଛରେ ପ୍ରକୃତ କାରଣ କ’ଣ ତାହା ମଧ୍ୟ ସ୍ପଷ୍ଟ ନୁହେଁ ।