ଜୟପୁର ୧୯।୬: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ବାସଭବନ ସହ କାର୍ଯ୍ୟାଳୟରେ ଚଢାଉ କରୁଛନ୍ତି

କୋଟପାଡ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୭ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Also Read:- ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି, ରୋଷଣିରେ କମ୍ପିଲା ଗାଁ, ଜମିଲା ଭୋଜିଭାତ ଆସର

ଜୟପୁର ସମେତ କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । କୋରାପୁଟ ସ୍ଥିତ କାର୍ଯ୍ୟାଳୟ, ଜୟପୁର ସ୍ଥିତ ସରକାରୀ କ୍ବାର୍ଟର, ଜୟପୁର ପାରାବେଡା ସ୍ଥିତ ଭଡା ଘର, କୋରାପୁଟ ବୋରିଗୁମ୍ମା ସ୍ଥିତ ୨ଟି ଫାର୍ମ ହାଉସ, ଖୋର୍ଦ୍ଧା ଜଟଣୀ ମାଧିପୁରରେ ଥିବା ଫ୍ଲାଟ୍, କେନ୍ଦ୍ରାପଡା ଚାନ୍ଦୋଳରେ ଥିବା ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।