କଳାହାଣ୍ଡି ୨।୧: ଭିଜିଲାନ୍ସ ଜାଲରେ ପୂର୍ବତନ ଫରେଷ୍ଟରlକଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ ସରକାରୀ ଅର୍ଥର ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ୨୦୨୪-୨୫ ବର୍ଷ ମଧ୍ୟରେ କାମ୍ପା ଏବଂ ସିଏ/ସିପିଏ ଯୋଜନା ପାଣ୍ଠିରେ ଅର୍ଥ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା ଥୁଆମୂଳ ରାମପୁର ରେଞ୍ଜରେ ସେହି ସମୟରେ ୫୫,୦୪,୬୦୭/- ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ l

ଦକ୍ଷିଣ ବନଖଣ୍ଡ ଥୁଆମୂଳ ରେଞ୍ଜର ପୋଖରିଗୁଡ଼ା ନଣ୍ଡା ପାହାଡ଼ରେ ୫୦ ହେକ୍ଟରଉପରଝାପିରେ ୫୦ ହେକ୍ଟର ଏବଂ କୁମଜୋରରେ ୩୦ ହେକ୍ଟର ଜମିରେ ବୃକ୍ଷରୋପଣ ସ୍ଥାନରେ ମୃର୍ତ୍ତି ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ବିପୁଳ ସରକାରୀ ପାଣ୍ଠିର ଅପବ୍ୟବହାର କରିଛନ୍ତି ତେବେ ବର୍ତ୍ତମାନ ସେ ବିଶ୍ଵନାଥପୁର ରେଞ୍ଜର ମୂଷାନାଲ ସେକ୍ସନ ଏଲିଫେଣ୍ଟ ସ୍କ୍ୱାଡ୍ ଦାୟିତ୍ୱରେ ଥିବାବେଳେ ତାଙ୍କୁ ସେକ୍ସନ ଅଫିସରୁ ଉଠାଇ ଆଣିଥିଲା ଭିଜିଲାନ୍ସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସବିଭାଗ l