କଟକ ୬।୮: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ପ୍ରଶାସନିକ ସଙ୍କଟ ଓ ଆନ୍ଦୋଳନାତ୍ମକ ପରିବେଶ ମଧ୍ୟରେ ଶେଷରେ ନିଜର ପ୍ରତିକ୍ରିୟା ରଖିଛନ୍ତି କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର । କ୍ୟାମ୍ପସରେ ଶିକ୍ଷାଦାନ ଓ ଏକାଡେମିକ ବାତାବରଣ ମେଣ୍ଟେନ୍ କରିବା ସହ ଘଟଣାର ଶୀଘ୍ର ସମାଧାନ ପାଇଁ ସେ ଉଭୟ ଶିକ୍ଷକ ସଂଘ ଏବଂ ସଦର ବିଧାୟକଙ୍କୁ ନିବେଦନ କରିଛନ୍ତି ।

କୁଳପତି କହିଛନ୍ତି ଯେ, ରେଭେନ୍ସା ଏକ ଅତ୍ୟନ୍ତ ପ୍ରତିଷ୍ଠିତ ଏବଂ ବଡ଼ ଶିକ୍ଷାନୁଷ୍ଠାନ । ଏହାର ଏକ ବଡ଼ ସୁନାମ ରହିଛି ଏବଂ ସେହି ଇମେଜ୍କୁ ବଜାୟ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ବିବାଦକୁ ଆଗକୁ ନ ବଢ଼ାଇ ଯେତେ ଶୀଘ୍ର ସମ୍ଭବ ସମାଧାନ କରିବାକୁ ସେ ଆଶା ପ୍ରକାଶ କରିଛନ୍ତି । ତେବେ ଘଟଣା ଦିନର ସ୍ଥିତି ବାବଦରେ ସ୍ପଷ୍ଟତା ଦେଇ କୁଳପତି ସ୍ୱୀକାର କରିଛନ୍ତି ଯେ, ସେଦିନ ଯାହା ବି ଘଟିଲା ତାହା ସମ୍ପୂର୍ଣ୍ଣ 'ଅନାବଶ୍ୟକ' ଥିଲା । କିଏ ଭୁଲ୍ କିଏ ଠିକ୍ ସେ ବାବଦରେ କିଛି ନକହି, ସେଦିନ କେବଳ ଉଚ୍ଚ ସ୍ୱରରେ କଥାବାର୍ତ୍ତା ଓ ଯୁକ୍ତିତର୍କ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି । ଏହାସହ ବିଧାୟକଙ୍କ କ୍ଷମାପ୍ରାର୍ଥନା ଦାବି ଉପରେ ସେ କୌଣସି ବ୍ୟକ୍ତିଗତ ମତାମତ ଦେବାକୁ ମନା କରିଦେଇଛନ୍ତି ।

Also Read:- ଓଡ଼ିଶାରେ ପ୍ରଥମ ! ବଜ୍ରପାତ ହେବା ପୂର୍ବରୁ ବାଜିବ ସାଇରନ୍, ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାଙ୍କ ବଡ଼ ପଦକ୍ଷେପ

Watch Video:-