ଲକ୍ଷ୍ନୌ, ୧୯/୧୦:ଭୟଙ୍କର ଦୁର୍ଘଟଣା । ଜୀବନ ହାରିଲେ୪ଶ୍ରଦ୍ଧାଳୁ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜ-ବାରଣାସୀ ଜାତୀୟ ରାଜପଥରେ । ଏଠାରେ ଏକ ଟ୍ରକ୍ ସ୍କର୍ପିଓକୁ ଧକ୍କା ଦେବାରୁ୪ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ଚୁରମାର ହୋଇଯାଇଛି । ଏଥିରେ ଫସିଥିବାଯାତ୍ରୀଙ୍କୁ ଗ୍ୟାସ୍ କଟର୍ ସାହାଯ୍ୟରେ ବାହାର କରାଯାଇଥିଲା ।

ରିପୋର୍ଟ ଅନୁସାରେ, ସ୍କର୍ପିଓରେ ଯାଉଥିବା ସମସ୍ତ ଯାତ୍ରୀ ମିର୍ଜାପୁର ସ୍ଥିତ ମା ବିନ୍ଧ୍ୟବାସିନୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଦର୍ଶନ ପରେ ସମସ୍ତେ ଫେରୁଥିବା ବେଳେ୧୯ନମ୍ବର ଜାତୀୟ ରାଜପଥର ରୂପାପୁର ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିଲା । ସ୍କର୍ପିଓଟି ରାସ୍ତା କଡରେ ଅଟକି ଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା ।

Also Read :- 'ପ୍ରକୃତ ଅପରାଧୀ ଉପରେ ପୋଲିସ ଫୋକସ କରୁ' : ଟାଇଗରଙ୍କ ଉପରେ ଗୁଳିମାଡ଼ ନେଇ ସରକାରଙ୍କୁ କଟାକ୍ଷ କଲେ ଦୀପକେ

ଦୁର୍ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏଥିରେ ଫସିଥିବା ଲୋକଙ୍କୁ ମଧ୍ୟ ସହଜରେ ବାହାର କରାଯାଇ ପାରିନଥିଲା । ଡୋରକୁ କଟରରେ କାଟି ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା ।

ଉଦ୍ଧାର ପରେ ଆହତଙ୍କୁ ହସ୍ପିଟାଲ ପଠାଯାଇଛି । ତେବେ ପ୍ରାଣ ହରାଇଥିବା ତିନି ଜଣ ହେଲେ ଅମନ, ଗୋଲୁ ଏବଂ ଆଲୋକ । ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଆହତଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।