ନୂଆଦିଲ୍ଲୀ,|୦୭:ସତ ହୋଇଛି ସ୍ୱପ୍ନ । ପଦାର୍ପଣ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସର୍ବକନିଷ୍ଠ ବ୍ୟାଟସମ୍ୟାନ ଭାବେ ସେ ଭାରତୀୟ ସିନିୟର ଟିମରେ ଖେଳିଛନ୍ତି । ଏହାସହ ଭାଙ୍ଗିଛନ୍ତି ସଚିନ ତେନ୍ଦୁଲକରଙ୍କ ରେକର୍ଡ । ସବୁଠାରୁ ବଡ଼ କଥା ହେଲା ଯେ ପଦାର୍ପଣ ଟି୨୦ ମ୍ୟାଚରେ ଫ୍ଲପ୍ ହୋଇଛନ୍ତି ବୈଭବ । ମାତ୍ର ୧୪ ରନ୍ କରି ସେ ପ୍ଯାଭିଲିୟନ ଫେରିଛନ୍ତି । ଯାହାକୁ ନେଇ ତାଙ୍କର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ବୈଭବ, ବୈଭବ, ବୈଭବ । ଗତ ୧୦ ଦିନ ଧରି ଏହି ନାଁ ଥିଲା ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଟିରେ । କାରଣ ତାଙ୍କୁ ଦଳରେ ସାମିଲ କରିଥିଲା ବିସିସିଆଇ । କିନ୍ତୁ ମିଳୁନଥିଲା ସୁଯୋଗ । ଆୟରଲ୍ୟାଣ୍ଡ ବିପକ୍ଷ ଟି୨୦ରେ ସେ ଖେଳିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାଙ୍କ ଜାଗାରେ ସଞ୍ଜୁ ସାମସନ ଖେଳୁଥିଲେ । ଦଳ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଥିଲା । ଯାହାକୁ ନେଇ ବର୍ଷିଥିଲେ ଫ୍ୟାନ୍ । କାରଣ ସଞ୍ଜୁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ ।

ସେହିପରି ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ବୈଭବ ଖେଳିବେ ବୋଲି କେହି କେହି କହୁଥିଲେ । କିନ୍ତୁ ପୁଣି ନିରାଶ ହୋଇଥିଲେ ୧୫ ବର୍ଷୀୟ ବୈଭବ । ପ୍ରଥମ ମ୍ୟାଚରେ ସଞ୍ଜୁ ଖେଳିଥିଲେ ବି ପୁଣି ନିରାଶ କରିଥିଲେ । ଦ୍ୱିତୀୟ ମୁକାବିଲା ପୂର୍ବରୁ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟର ଶ୍ରେୟସ ଆୟରଙ୍କ ଉପରେ ଚାପ ବଢିଥିଲା । ତେଣୁ ବାଧ୍ୟ ହୋଇ ତାଙ୍କୁ ଦ୍ୱିତୀୟ ମୁକାବିଲାରେ ଖେଳାଯାଇଥିବା କ୍ରିକେଟ୍ ବିଶେଷଜ୍ଞ କହୁଛନ୍ତି ।

ମ୍ୟାଚ୍ ଖେଳିଥିଲେ ବି ନିରାଶ କରିଛନ୍ତି ବୈଭବ । ମାତ୍ର ୧୦ ବଲରୁ ସେ ୧୪ ରନ୍ କରି ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି । ଯାହା ଦଳ, ଫ୍ୟାନ୍ସ, ବୈଭବ ସମସ୍ତଙ୍କୁ ନିରାଶ କରିଛି । କେହି କେହି କହୁଛନ୍ତି ଏକଥା ଦେଖିବାକୁ ଚାହୁଁଥିଲେ ଗମ୍ଭୀର ଏବଂ ଆୟର । ଯାହା ଦ୍ୱାରା ତାଙ୍କୁ ଆଉ ସୁଯୋଗ ମିଳିବନି । ପ୍ରେସର ହ୍ୟାଣ୍ଡେଲ କରିପାରୁନଥିବା ବାହାନା କରି ସଞ୍ଜୁଙ୍କୁ ପୁଣି ସୁଯୋଗ ମିଳିବ । ଯଦି ସଞ୍ଜୁ ଏହାର ସଦୁପଯୋଗ କରନ୍ତି ତାହାଲେ ବୈଭବ ଆଉ ଖେଳିବେନି । ଗୋଟିଏ ମ୍ୟାଚ୍ ଖେଳି ଭାରତ ଫେରି ଆସିବେ ।

Also Read :- ଖେଳିଲେ ବୈଭବ, କିନ୍ତୁ ଆରମ୍ଭରୁ ଫ୍ଲପ୍ : ଖାତାରେ ଯୋଡ଼ି ହେଲା ଏହି ଖରାପ ରେକର୍ଡ !

ଅନ୍ୟ ଦିଗରେ ବୈଭବ ଇଂଲଣ୍ଡ ବିପକ୍ଷରେ ଆରମ୍ଭରୁ ଦମଦାର ସଟ୍ ଖେଳିଥିଲେ । ଦୁଇଟି ଆକାଶଛୁଆଁ ଛକା ଲଗାଇଥିଲେ । ଅର୍ଥାତ ତାଙ୍କଠି ଆତ୍ମବିଶ୍ୱାସ ଭରପୁର ଥିବା ଦେଖିବାକୁ ମିଳିଥିଲା । ଯଦି ପୁଣି ସୁଯୋଗ ପାଆନ୍ତି ତାହାଲେ ପ୍ରଥମ ମୁକାବିଲାରେ କରିଥିବା ଭୁଲ ସେ ସୁଧାରି ପାରିବେ । ଯାହା ସେ ସଦାବେଳେ କରି ଆସିଛନ୍ତି । ନିଜର ଦ୍ୱିତୀୟ ମୁକାବିଲାରେ ସ୍ଥିତି ଆଉ କିଛି ହୋଇପାରେ । ଧୂଆଁଧାର ଅନ୍ଦାଜରେ ସେ ବ୍ୟାଟିଂ କରିପାରିବାର କ୍ଷମତା ରଖିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦଳ ଏବଂ ମ୍ୟାନେଜମେଣ୍ଟ୍ କଣ ନିଷ୍ପତ୍ତି ନେଉଛି । ସଞ୍ଜୁଙ୍କୁ ଗମ୍ଭୀର ଏବଂ ଆୟର ସୁୟୋଗ ଦେଉଛନ୍ତି ନା ବୈଭବଙ୍କ ଉପରେ ଆଉ ଥର ଭରସା କରିବା କଥା ଭାବୁଛନ୍ତି ।