ନୂଆଦିଲ୍ଲୀ ,୨/୧୧ -; ବାଇନାନ୍ସ ଗ୍ରାହକମାନଙ୍କ ପାଇଁ ଟଙ୍କା ଉଠାଇବା ସୁବିଧା ପୁଣି କାର୍ଯ୍ୟକାରୀ କରିବା ପରେ, କ୍ରିପ୍ଟୋ-ଆସେଟ୍ ବା କ୍ରିପ୍ଟୋ ମୁଦ୍ରାରୁ ୩.୬ ବିଲିୟନ ଡଲାରର ନିଟ୍ ଆଉଟଫ୍ଲୋ ରେକର୍ଡ କରିଛି ବାଇନାନ୍ସ । ଇତିହାସର ସର୍ବବୃହତ୍ ସାଇବର ଚୋରି ଘଟଣା, ଯାହା ଉତ୍ତର କୋରିଆର ହ୍ୟାକ୍ସରମାନଙ୍କ ଦ୍ୱାରା ଘଟିଥିବା ଅଭିଯୋଗ ହେଉଛି, ଏହାର ପ୍ରଭାବ କମ୍ପାନୀ ପାଇଁ ଛୋଟ ଆଘାତ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି l

ବିଶ୍ୱର ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍ ସୋସିଆଲ ମିଡିଆରେ ଏହାର ଉଠାଣ ଏବଂ ଜମାର ସୂଚନା ପୋଷ୍ଟ କରି କହିଛି ଯେ, ପ୍ରାରମ୍ଭିକ ବୃଦ୍ଧି ପରେ ପାଣ୍ଠି ପ୍ରତ୍ୟାହାରର ଗତି ଧିମା ହୋଇଛି। ଅନ୍ୟପଟେ ଗୁରୁବାର ଦିନ ହୋଇଥିବା ୬.୩ ବିଲିୟନ ଡଲାରର ହ୍ୟାକିଂ ପରେ ତୁରନ୍ତ ତଦନ୍ତ କରିବା ଏବଂ ସ୍ଥିତିକୁ ସ୍ଥିର କରିବା ପାଇଁ ବାଇନାନ୍ସ ଉଠାଣ ଉପରେ ରୋକ ଲଗାଇଥିଲା, ଏବଂ ଏହା ସମସ୍ତ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି।

ଯଦିଓ ବାଇନାନ୍ସ ଇଣ୍ଡଷ୍ଟ୍ରିର ସହଯୋଗ ଏବଂ ଆମେରିକା ସରକାରଙ୍କ ସାହାଯ୍ୟରେ ଏହି ହ୍ୟାକିଂକୁ ଅତି ଶୀଘ୍ର ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା, ତଥାପି ଏହି ଡିଜିଟାଲ୍ ଚୋରି କ୍ରିପ୍ଟୋକରେନ୍ସିର ଦୁର୍ବଳତା ଏବଂ ଡିଜିଟାଲ ଦୁନିଆରେ କାହାର ଟଙ୍କା ପ୍ରକୃତରେ ସୁରକ୍ଷିତ କି ନାହିଁ, ସେ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି। କିନ୍ତୁ ଏଭଳି ଏକ ବଡ ବିପତି ସମୟରେ ବାଇନାନ୍ସର ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଗ୍ରାହକମାନଙ୍କୁ ଆଶ୍ୱାସନା ଦେବା ପାଇଁ ସାର୍ବଜନୀନ ଭାବେ ପୋଷ୍ଟ କରାଯାଇଥିବା ନିୟମିତ ଅପଡେଟ୍ ଏବଂ କ୍ଷତିପୂରଣ ପାଇଁ ପ୍ଲାଟଫର୍ମ ବ୍ୟବହାର କରୁଥିବା ଅର୍ଥ ଯାହାକୁ ନେଇ ଅନେକ ବିଶେଷଜ୍ଞ ଏହି ଘଟଣା ପ୍ରତି ବାଇନାନ୍ସ ର ପ୍ରତିକ୍ରିୟାକୁ ପ୍ରଶଂସା କରୁଛନ୍ତି I

also read- ସେୟାର ବଜାରରେ ପ୍ରବେଶ ପାଇଁ ଲକ୍ଷ ରଖିଛି 'ଆନ୍ଥ୍ରୋପିକ୍' ,'ସ୍ପେସଏକ୍ସ'କୁ ପଛରେ ପାକିବା ନେଇ ଚର୍ଚ୍ଚା

ଏସବୁ ସତ୍ତ୍ୱେ, ହ୍ୟାକିଂର ପ୍ରକ୍ରିୟାକୁ ଦେଖିଲେ ଅନେକଙ୍କ ପାଇଁ ଅତ୍ୟନ୍ତ ରହସ୍ୟ ଜନକ ମାନେ ହେଉଛି I ଅର୍ଥାତ ପୁରା ପ୍ରକ୍ରିୟାକୁ ଯଦି ଆମେ ବୁଝିବା ତେବେ ହ୍ୟାକିଂ କରିବା ପାଇଁ ହ୍ୟାକର ସମାନ ଏଜେନ୍ସି ର ଜଣେ କର୍ମଚାରୀଙ୍କ ଲାପଟପ୍ ବ୍ୟବହାର କରିଥିଲା I ଏହି ଲାପଟପ ଜରିଆରେ ସେ ସର୍ଭର ଭିତରକୁ ଏଣ୍ଟ୍ରି କରିଥିଲା I ତେବେ ଏଠି ଅତି ଗମ୍ଭୀର ପ୍ରଶ୍ନ ଉଠିଛି ଯେ ବାଇନାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଲାପଟପ ହ୍ୟାକର ହାତରେ କିପରି ଲାଗିଲା I ଏସବୁ ଘଟଣା ସାଇବର ସୁରକ୍ଷାର ଭିତ୍ତିଭୁମିକୁ ସମ୍ପୂର୍ଣ ଦୋହଲାଇ ଦେଇଛି I