ନୂଆଦିଲ୍ଲୀ, ୨୪।୦୭ : ଜିମ୍ବାଓ୍ୱେ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ଦମଦାର ବ୍ୟାଟିଂ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଅର୍ଧଶତକ ହାସଲ କରିବା ସହ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବକନିଷ୍ଠ ବ୍ୟାଟର ଭାବେ ଏହି ସେ ମାଇଲଷ୍ଟୋନ୍ ହାସଲ କରିଛନ୍ତି । ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ସୁଯୋଗ ମିଳିଥିଲା । ହେଲେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ । ଜୋଫ୍ରା ଆର୍ଚରଙ୍କ ବାଉନ୍ସର ପଢି ନପାରି ଆଉଟ୍ ହେଉଥିଲେ । କିନ୍ତୁ ଜିମ୍ବାଓ୍ୱେ ବିପକ୍ଷରେ ତାଙ୍କ ବ୍ୟାଟ୍ ଗର୍ଜନ କରିଛି । ସେ ୧୮ଟି ବଲରୁ ଅର୍ଦ୍ଧଶତକ ଲଗାଇଛନ୍ତି ।

ମୁକାବିଲାରେ ବୈଭବ ୪ଟି ବିଶାଳ ଛକା ଲଗାଇଥିଲେ । ଏହାସହ ସମାନ ସଂଖ୍ୟକ ଚଉକା ମଧ୍ୟ ତାଙ୍କ ବ୍ୟାଟରୁ ବହାରିଥିଲା । କିନ୍ତୁ ଅର୍ଧଶତକ ଲଗାଇବା ପରେ ସେ ଥାର୍ଡ ମ୍ୟାନରେ କ୍ୟାଚ୍ ଆଉଟ୍ ହୋଇଥିଲେ ।

ଅନ୍ୟଦିଗରେ ହାଫ୍ ସେଞ୍ଚୁରୀ ଲଗାଇବା ପରେ ବୈଭବ ଦୁଇଟି ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ୧୯୮୯ରେ ସଚିନ ପ୍ରତିଷ୍ଠା କରିଥିବା ରେକର୍ଡକୁ ୧୫ ବର୍ଷୀୟ ବୈଭବ ଭାଙ୍ଗି ଦେଇଛନ୍ତି । ବୈଭବ ୧୫ ବର୍ଷ ୧୧୮ ଦିନରେ ଅର୍ଧଶତକ ପୂରା କରିଛନ୍ତି । ସେହିପରି ଏକ ପୂର୍ଣ୍ଣକାଳୀନ ଟିମ୍ ବିପକ୍ଷରେ ମଧ୍ୟ ସେ ଅର୍ଧଶତକ ଲଗାଇଥିବା ସ୍ରବକନିଷ୍ଠ କ୍ରିକେଟର ହୋଇଛନ୍ତି । ଏହି ରେକର୍ଡ ପୂର୍ବରୁ ଆଫଗାନିସ୍ତାନର ରେହମନୁଲାହ ଗୁରବାଜଙ୍କ ନାଁରେ ଥିଲା । ସେ ୧୭ ବର୍ଷ ୨୯୬ ଦିନରେ ଅର୍ଧ ଶତକ ଲଗାଇଥିଲେ ।

Also Read :- ସୌରମଣ୍ଡଳ ବାହାରେ ମିଳିଲା ଆଉ ଏକ ଜହ୍ନ : ବୈଜ୍ଞାନିକ ଆଶ୍ଚର୍ଯ୍ୟ, ପୃଥିବୀ ଉପରେ ବଡ଼ ପ୍ରଭାବ !

ଏତତ୍ ବ୍ୟତୀତ କେବଳ ଟି୨୦ ଫର୍ମାଟ୍ ନୁହେଁ ଉଭୟ ପୂର୍ଣ୍ଣକାଳୀନ ଏବଂ ସହଯୋଗୀ ଟିମ୍ ବିପକ୍ଷରେ ଅର୍ଧଶତକ ଲଗାଇଥିବା ସର୍ବକନିଷ୍ଠ ବ୍ୟାଟର ହେଲେ ବୈଭବ । ସେ ଜିମ୍ବାଓ୍ୱେ ବିପକ୍ଷରେ ଶତକ ଲଗାଇ ଏହି ରେକର୍ଡ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ନେପାଳର କୁସାଲ୍ ମାଲ୍ଲାଙ୍କ ନାଁରେ ଥିଲା । ସେ ଆମେରିକା ବିପକ୍ଷରେ ୧୫ ବର୍ଷ ୩୪୦ ଦିନରେ ଅର୍ଧଶତକ ହାସଲ କରିଥିଲେ । ଏହି ମୁକାବିଲା ୨୦୨୦ରେ ଖେଳାଯାଇଥିଲା । ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ ବୈଭବ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ମୁକାବିଲାରେ ପଦାର୍ପଣ କରି ସଚିନଙ୍କ ସର୍ବକନିଷ୍ଠ ଖେଳାଳିର ରେକର୍ଡ ଭାଙ୍ଗିଥିଲେ ।