ନୂଆଦିଲ୍ଲୀ, ୨୪।୦୭ : ଦୁନିଆର ଆବିଷ୍କାର ପରଠୁ ନକ୍ଷତ୍ର ବିଜ୍ଞାନୀମାନେ ବାରମ୍ବାର ବାହ୍ୟ ଗ୍ରହ ସଂସ୍ପର୍ଶରେ ଆସୁଛନ୍ତି । ନାସାର ତାଲିକାରେ ୬ ହଜାରରୁ ଅଧିକ ବାହ୍ୟଗ୍ରହ ବିଷରରେ ସ୍ପଷ୍ଟ ହୋଇଥିବା ବେଳେ ଏଗୁଡ଼ିକ ଚତୁଃପାର୍ଶ୍ଵର ଚନ୍ଦ୍ର ଚିହ୍ନଟ ସେମାନଙ୍କ ପାଇଁ ଆହୁରି କଷ୍ଟକର ହୋଇଛି।

ଏହି କ୍ରମରେ ସିତି-୩୫ ୨୭୨୨ ନାମକ ଏକ ଅଭୂତ ନକ୍ଷତ୍ର ପ୍ରଣାଳୀର ଅଧୟନ ସମୟରେ ବୈଜ୍ଞାନିକମାନେ ଏକ ବସ୍ତୁ ଆବିଷ୍କାର କରିଛନ୍ତି । ଏହା ବାହ୍ୟଚନ୍ଦ୍ର ହୋଇପାରେ ଅଥବା ଚନ୍ଦ୍ର ଓ ଗ୍ରହର ସଂଜ୍ଞା ବିଷୟରେ ପୁନଃବିଚାର କରିବାକୁ ବୈଜ୍ଞାନିକଙ୍କୁ ବାଧ୍ୟ କରିପାରେ। ସିଡି-୩୫୨୭୨୨ ନକ୍ଷତ୍ର ପୃଥିବୀଠୁ ପ୍ରାୟ ୬୩ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଏବଂ ସୂର୍ଯ୍ୟ ଓଜନର ପ୍ରାୟ ଅଧା। ଏକ 'ବିଫଳ ନକ୍ଷତ୍ର ବା ଧୂସର କ୍ଷୁଦ୍ର ନକ୍ଷତ୍ର ଚତୁଃପାର୍ଶ୍ବରେ ଏହା ପରିକ୍ରମା କରୁଛି । ଅନ୍ୟ ନକ୍ଷତ୍ରଙ୍କ ଭଳି ଏହି ପିଣ୍ଡ ସୃଷ୍ଟି ହୁଅନ୍ତି କିନ୍ତୁ ନିଜ କେନ୍ଦ୍ରରେ ହାଇଡ୍ରୋଜେନରୁ ହିଲିୟମର ଫ୍ୟୁଜନ୍ ଲାଗି ପର୍ଯ୍ୟନ୍ତ ବସ୍ତୁ ଗଚ୍ଛିତ ରଖିବାରେ ବିଫଳ ହୁଅତି I

ଘନତ୍ୱ ମାମଲାରେ ଧୂସର କ୍ଷୁଦ୍ର ନକ୍ଷତ୍ରଗୁଡ଼ିକ ବିଶାଳତମ ଗ୍ୟାସୀୟ ଗ୍ରହ ତୁଳନାରେ ଅଧିକ ବିଶାଳ। କିନ୍ତୁ ସବୁଠୁ ଛୋଟ ନକ୍ଷତ୍ର ତୁଳନାରେ ଛୋଟ। ଏଗୁଡ଼ିକ ବୃହସ୍ପତିର ଘନତ୍ୱର ହାରାହାରି ୧୩-୮୦ ଗୁଣ କିମ୍ବା ସୂର୍ଯ୍ୟ ଘନତ୍ୱର ୦.୦୧୩ରୁ ୦.୦୮ ଗୁଣ । ସଦ୍ୟ ଆବିଷ୍କୃତ ପିଣ୍ଡ ସିତି-୩୫୨୭୨୨ ଚନ୍ଦ୍ର ଭଳି, କିନ୍ତୁ ସୌରମଣ୍ଡଳରେ ଚନ୍ଦ୍ର ଯେମିତି ଗ୍ରହ ଚତୁଃପାର୍ଶ୍ଵରେ ପରିକ୍ରମା କରନ୍ତି, ଏହା ସେମିତି କରୁନାହିଁ । ଏହା ନକ୍ଷତ୍ର ମଣ୍ଡଳର ଧୁସର କ୍ଷୁଦ୍ର ନକ୍ଷତ୍ରକୁ ପରିକ୍ରମା କରୁଛି ।

ସୌରମଣ୍ଡଳର ଗ୍ରହ ଓ ଚନ୍ଦ୍ର ଭଳି ଶବ୍ଦ ଜରିଆରେ ଏହାକୁ ପରିଭାଷିତ କରିବା କଷ୍ଟକର। ଏହି ବାହ୍ୟ ଉପଗ୍ରହ ଗ୍ରହ ହେବା ଲାଗି ଯଥେଷ୍ଟ ବିଶାଳ। କିନ୍ତୁ ଏହା ନକ୍ଷତ୍ରକୁ ପରିକ୍ରମା ବରୁନାହିଁ । ନକ୍ଷତ୍ରକୁ ପରିକ୍ରମା କରୁଥିବା ଏକ ପିଣ୍ଡ ଚତୁଃପାର୍ଶ୍ବରେ ଏହା ଘୁରୁଛି ବୋଲି ତିଗୋ ପୋର୍ଟେଲସ୍ ଓ ମିଲେନିୟମ ନ୍ୟୁକ୍ଲିସସ ଅଫ୍ ଏକ୍ସୋପ୍ଲାନେଟ୍ସର ମୁଖ୍ୟ କେଭିନ ହେୟ କହିଛନ୍ତି ।