ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି। ଏହା ମଧ୍ୟରେ ଆମେରିକା ଇରାନର ପ୍ରମୁଖ ତୈଳ କେନ୍ଦ୍ର ଖାର୍ଗ ଦ୍ଵୀପ ନିକଟରେ ବଡ଼ ଧରଣର ହମଲା କରିଛି। ଏହାର ସୂଚନା ଖୋଦ୍ ଇରାନର ମିଡିଆ ଦେଇଛନ୍ତି। ସୂଚନା ମୁତାବକ ଖାର୍ଗ ଦ୍ଵୀପ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଏହି ବିସ୍ଫୋରଣ ତୈଳ କେନ୍ଦ୍ରର ମୁଖ୍ୟ ହବରେ ହୋଇଥିବା କୁହାଯାଉଛି।

ଏହା ସ୍ପଷ୍ଟ ହୋଇ ପାରିନି ଯେ, ଆମେରିକା ଇରାନର ଟ୍ୟାଙ୍କରକୁ ନିଶାଣ କରିଛି ନା ଖାର୍ଗ ଦ୍ଵୀପ ନିକଟରେ ଧ୍ଵଂସର ତାଣ୍ଡବଲୀଳା ମଚାଇଛି। ଗତ ଦିନରେ ଆମେରିକା ଏଆଇ ଭିଡିଓ ଜାରି କରି ଦାବି କରିଥିଲା ଯେ, ଖାର୍ଗ ଦ୍ଵୀପକୁ ଧ୍ଵଂସ କରି ଖଣ୍ଡ ଖଣ୍ଡ କରି ଦିଆଯାଇଛି। କିନ୍ତୁ ଇରାନ ଆମେରିକାର ଏହି ଦାବିକୁ ସଂପୂର୍ଣ୍ଣ ଖଣ୍ଡନ କରିଥିଲା।

Also Read: ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ: ୨୫ ସୈନିକ ମୃତ; ଜଳୁଛି ସେନା ଗାଡ଼ି, ଭିଡିଓ ଜାରି

ନିରନ୍ତର ଚାଲିଛି ରକେଟ୍ ଓ ମିସାଇଲ୍ ମାଡ଼

ଏହି ମାସାଧିକ କାଳ ଚାଲିଥିବା ଯୁଦ୍ଧରେ ଅଗଷ୍ଟ ୩୦ ତାରିଖରେ ଆମେରିକା 'ଲାରାକ୍ ଦ୍ୱୀପ' ନିକଟରେ ଥିବା ଇରାନର ସାମରିକ ଘାଟିଗୁଡ଼ିକ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ସମୁଦ୍ରରେ ମାଇନ୍ସ ବିଛାଇ ଜାହାଜ ଚଳାଚଳକୁ ବାଧାପ୍ରାପ୍ତ କରୁଥିବା ଇରାନୀୟ ସେନାକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ନିଆଯାଇଥିବା ୱାଶିଂଟନ୍ ପକ୍ଷରୁ କୁହାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଜୋର୍ଡାନରେ ଥିବା ଆମେରିକୀୟ ସୈନ୍ୟଘାଟି ଉପରେ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଥିଲା।

ଏହାପରେ ସେପ୍ଟେମ୍ବର ୧ ତାରିଖରେ ଆମେରିକା ପୁଣି ଥରେ ଇରାନର ଦକ୍ଷିଣ ଉପକୂଳରେ ଥିବା ଏୟାର-ଡିଫେନ୍ସ ସିଷ୍ଟମ୍, ରାଡାର୍ କେନ୍ଦ୍ର ଓ ଯୋଗାଯୋଗ ବ୍ୟବସ୍ଥାକୁ ଟାର୍ଗେଟ୍ କରି ବ୍ୟାପକ ବିସ୍ଫୋରଣ ଘଟାଇଥିଲା। ଫଳରେ ଇରାନ ମଧ୍ୟ ବାହାରିନ୍, ଜୋର୍ଡାନ୍ ଏବଂ ଇରାକ୍ରେ ଥିବା ଆମେରିକା ଓ ତାର ସହଯୋଗୀ ସେନା ଉପରେ ପାଲଟା ଆକ୍ରମଣ ଜାରି ରଖିଛି।

Also Read: ମେଲୋନିଙ୍କ ନୂଆ ରେକର୍ଡ, ମୋଦିଙ୍କ ମୁହଁରେ ପ୍ରଶଂସା ! କହିଲେ- ‘ମୋ ବନ୍ଧୁ’

ବିଶ୍ୱ ତୈଳ ଯୋଗାଣ ପ୍ରଭାବିତ ହେବା ଆଶଙ୍କା

ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ବିଶ୍ୱର ଏକ ବଡ଼ ଭାଗ ଅଶୋଧିତ ତୈ ରପ୍ତାନୀ ହୋଇଥାଏ। ଇରାନ ଏହି ଜଳପଥରେ ଜାହାଜ ଚଳାଚଳ ଉପରେ କଟକଣା ଲଗାଇଥିବା ବେଳେ ଆମେରିକା ଏହାକୁ ହଟାଇବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସମୁଦ୍ର ମଝିରେ ମାଲବାହୀ ଓ ତେଲ ଜାହାଜଗୁଡ଼ିକ ଉପରେ ନିରନ୍ତର ଆକ୍ରମଣ ହେଉଥିବାରୁ ଜାହାଜ ଚଳାଚଳ ବ୍ୟାହତ ହୋଇଛି। ଏହି ସଂଘର୍ଷ ଯୋଗୁଁ ଆଗାମୀ ଦିନରେ ବିଶ୍ୱବଜାରରେ ତେଲ ସଙ୍କଟ ସୃଷ୍ଟି ହେବାର ବଡ଼ ଆଶଙ୍କା ପ୍ରକାଶ ପାଇଛି।