ନୂଆଦିଲ୍ଲୀ: ଇଟାଲୀର ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ରହି ରେକର୍ଡ କରିଥିବା ଜର୍ଜିଆ ମେଲୋନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଧାଇ ଜଣାଇଛନ୍ତି। ସୋସିଆଲ ମିଡିଆରେ ମୋଦି ମେଲୋନିଙ୍କୁ ନିଜ ବନ୍ଧୁ ଦର୍ଶାଇବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ମେଲୋନିଙ୍କ ଉପଲବ୍ଧି ତାଙ୍କ ନେତୃତ୍ବ ପ୍ରତି ଇଟାଲୀର ଲୋକଙ୍କ ବିଶ୍ଵାସ ଓ ଭରସାକୁ ଦର୍ଶାଉଛି। ଇଗଲୀର ଯୁଦ୍ଧ ପରବର୍ତ୍ତୀ ଇତିହାସରେ ସେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି।

ତାଙ୍କ ସହ ବନ୍ଧୁତ୍ବ ଭାରତ-ଇଗଲୀ ରଣନୀତିକ ଭାଗୀଦାରିକୁ ମଜଭୁତ କରିବାରେ ବିଶେଷ ସହାୟକ ହୋଇଛି। ଉଭୟ ଦେଶର ଲୋକଙ୍କ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଲାଗି ଆମର ଘନିଷ୍ଠ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ମୁଁ ଆଗ୍ରହୀ।

ସୂଚନାଯୋଗ୍ୟ, ମେଲୋନି ସରକାର ଶୁକ୍ରବାର ଲଗାତର ୧୪୧୩ ଦିନ କ୍ଷମତାରେ ରହି ଇଟାଲୀରେ ନୂଆ ରେକର୍ଡ ରଚିଛି। ୧୯୪୬ରେ ଇଟାଲୀ ଗଣରାଜ୍ୟ ହେବା ପରେ ଏହା କୌଣସି ଏକ କ୍ୟାବିନେଟର ସର୍ବାଧିକ ଲମ୍ବା କାର୍ଯ୍ୟକାଳ। ମେଲୋନି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସିଭିଓ ବେଲୁ ସ୍କୋନିଙ୍କ ଦ୍ଵିତୀୟ ସରକାରର ରେକର୍ଡ ଭାଙ୍ଗିଦେଇଛନ୍ତି। ବେଲୁସ୍କୋନିଙ୍କ ଦ୍ଵିତୀୟ କ୍ୟାବିନେଟ ୨୦୦୧ରୁ ୨୦୦୫ ପର୍ଯ୍ୟନ୍ତ ଅର୍ଥାତ ୧୪୧୨ ଦିନ କ୍ଷମତାସୀନ ରହିଥିଲା। ୪୯ ବର୍ଷୀୟା ମେଲୋନି ୨୦୨୨ ଅକ୍ଟୋବର ୨୨ରେ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ସମ୍ଭାଳିଥିଲେ।

also read- ପାର୍ବଣରେ ପ୍ରଚଣ୍ଡ ତାତି ! ଅକ୍ଟୋବର ପାଲଟିବ ‘ମିନି ସମର’, ଓଡ଼ିଶାରେ ୩୫° ଛୁଇଁବ ପାରଦ

ଏହା ପୂର୍ବରୁ ଚଳିତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ୪୩୯୯ ଦିନ ଲଗାତର ନିର୍ବାଚିତ ପ୍ରଧାନମନ୍ତ୍ରୀ ରହି ଜବାହରଲାଲ ନେହରୁଙ୍କ ରେକର୍ଡ ଭାଙ୍ଗିଥିଲେ, ମେଲୋନି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ସୋସିଆଲ ମିଡିଆରେ ସେ ମୋଦିଙ୍କ ସହ ଏକ ଫଟୋ ବି ପୋଷ୍ଟ କରିଥିଲେ। ମେଲୋନିଙ୍କ ଦଳ ବ୍ରଦର୍ସ ଅଫ୍ ଇଟାଲୀ ସରକାରଙ୍କ ରେକର୍ଡ କାର୍ଯ୍ୟକାଳ ଖୁସିରେ ରାଲି ଆୟୋଜନ କରିଛି।