ତେହେରାନ,୩୧ /୦୩ଇରାନ ଏବଂ ଆମେରିକା ଯୁଦ୍ଧରେ ମାଇଲେଜ୍ ନେବାକୁ ଚେଷ୍ଟା କରୁଛି ପାକିସ୍ତାନ । ନିଜ ଆଡୁ ମଧ୍ୟସ୍ତତା କଥା କହୁଛି । ଯୁଦ୍ଧ ବନ୍ଦ କରିଦେବ ବୋଲି ଭାଷଣ ବାଜି କରୁଛି । ତେବେ ପାକିସ୍ତାନକୁ ଝଟକା ଦେଇଛି ଇରାନ । ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ତତା କରିନି କିମ୍ବା ବନ୍ଦ ପାଇଁ କୌଣସି ପ୍ରଚେଷ୍ଟା କରିନଥିବା ତେହେରାନ ପକ୍ଷରୁ କୁହାଯାଇଛି ।

ମୁମ୍ବାଇରେ ଥିବା ଇରାନ ରାଷ୍ଟ୍ରଦୂତ କହିଛନ୍ତି ଯେ, ସେମାନେ ଆମେରିକା ସହ ସିଧାସଳଖ କଥା ହେଉ ନାହାଁନ୍ତି । ମଧ୍ୟସ୍ତିମାନେ ଅଯଥା ଦାବି ଉପସ୍ଥାପନା କରୁଛନ୍ତି । ପାକିସ୍ତାନର ନିଜର ଅନେକ ସମସ୍ୟା ଅଛି । ନିଜ ବ୍ୟାପାର ରହିଛି । ଇରାନ ଏଥିରେ ପଶିବ ନାହିଁ ବୋଲି ସେ କହିଛନ୍ତି ।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ଯୁଦ୍ଧ ବନ୍ଦ ପାଇଁ କୌଣସି ଆଲୋଚନା କରିନି । ଇରାନ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତୁତ ଅଛି । ଏଥିପାଇଁ ଇରାନର କିଛି ଦାବି ରହିଛି । ଯାହା ପୂରଣ ହେବା ଦରକାର । ପ୍ରଥମେ ଯୁଦ୍ଧ କିଏ ଆରମ୍ଭ କରିଛି ସେନେଇ ବିଚାର ହେଉ ।

ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନିକଟରେ ପାକ୍ ଉପ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ଇସାକ୍ ଦାର୍ ସାଉଦି ଆରବ, ଇଜିପ୍ଟ ଏବଂ ତୁର୍କୀ ନେତାଙ୍କ ସହ ଆଲୋଚନା କରିଥିଲେ । ଇସଲାମାବାଦରେ ଏହି ସବୁ ଦେଶର ନେତାଙ୍କ ସହ ସେ କଥା ହୋଇଥିଲେ । ସବୁ ଦେଶର ନେତା ଇରାନ-ଆମେରିକା ଯୁଦ୍ଧ ବନ୍ଦ ପାଇଁ ଦାବି କରୁଥିବା ଇସାକ୍ ଟେଲିଭିଜନରେ ପ୍ରକାଶ କରିଥିଲେ । ସେ ନିଜେ ଇରାନର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା କହିଥିଲେ । ଏପରିକି ଆମେରିକା ଅଧିକାରୀଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଆଲୋଚନା କରିଥିବା ଇସାକ୍ ପ୍ରକାଶ କରିଥିଲେ । 

ତେହେରାନର ଖଣ୍ଡନ

ଯୁଦ୍ଧ ବନ୍ଦ ପାଇଁ ଆମେରିକା ଇରାନ ଆଗରେ ୧୫ଟି ସର୍ତ୍ତ ରଖିଥିଲା । ଯାହା ଗ୍ରହଣ କରିବା ସମ୍ଭବ ନୁହେଁ ବୋଲି ଇରାନ କହିଛି । ଇରାନ ମଧ୍ୟଟି ପ୍ରସ୍ତାବ ଦେଇଛି । ଯାହାକୁ ଆମେରିକା ଅବାସ୍ତବ ବୋଲି କହିଥିଲା ।