କଟକ ୧୩।୦୮ : ଧୋକାବାଜ୍ ପ୍ରେମିକ ଓ ତାର ସାଙ୍ଗ । ପ୍ରେମିକାକୁ କଥା ଦେଇ ରଖିଲାନି କଥା। କଥା ହେବା ବାହାନାରେ ପ୍ରେମିକାକୁ ହୋଟେଲକୁ ଡାକି ଗଣଦୁଷ୍କର୍ମର ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ପୋଲିସ ଦୁଇ ଜଣଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, କଟକ ବାଦାମବାଡ଼ି ଅଞ୍ଚଳରୁ ଆସିଛି ସାଙ୍ଘାତିକ ଘଟଣା । ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଅଭିଯୋଗ ମୁତାବିକ, ହୋଟେଲରେ ନାବାଳିକା କଲେଜ୍ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଛି । କଥା ହେବା ବାହାନାରେ ହୋଟେଲକୁ ଡାକି ନେଇ ୨ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। । କଟକ ବାଦାମବାଡ଼ିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ ।

Also Read:-Cyber Fraud: ସୋଲାର ପ୍ରୋଜେକ୍ଟ ପାଇଁ ଆସିଲା ଫୋନ୍, ଆକାଉଣ୍ଟରୁ କଟିଗଲା ୨୦ ହଜାର ଟଙ୍କା

ପୋଲିସ ଘଟଣାରେ ସଂପୃକ୍ତି ଅଭିଯୋଗରେ ୨ ଜଣ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ କଲେଜ ସହପାଠୀ ବୋଲି ଜଣାପଡିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଯଦି ପ୍ରେମିକାଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ସତ ହୁଏ, ତେବେ ଜଣେ ପ୍ରେମିକ ହୋଇ କିପରି ବିଶ୍ୱାସରେ ବିଷ ଦେଲେ ।