ଉଦଳା ୧୩।୮: ନିଜକୁ ବିଡ଼ିଓ ପରିଚୟ ଦେଇ ଲୁଟ୍ । କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାକୁ କହି ପ୍ରିନ୍ସିପାଲଙ୍କ ନିକଟରୁ ଲୁଟିନେଲେ ସାଇବର ଲୁଟେରା । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଘଟିଛି ଏଭଳି ସାଇବର ଠକୋଇ ଘଟଣା ।

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କୁ ନିକଟକୁ ଏକ ନମ୍ବରରେ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡିଓ ପରିଚୟ ଦେଇ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବା ପାଇଁ କହିଥିଲେ । ଏହି ପ୍ରୋଜେକ୍ଟ ବସାଇବା ପାଇଁ ସରକାରଙ୍କ ତରଫରୁ ପ୍ରାଥମିକ ଭାବେ ୪୦ ହଜାର ଟଙ୍କା ଦିଆଯିବ କହି ଆକାଉଣ୍ଟ ନମ୍ବର ସହିତ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟଙ୍କା ଗ୍ରହଣ କରିବାକୁ କହିଥିଲେ ଯୁବକ ଜଣକ ।

ହେଲେ ଟଙ୍କା ଆକାଉଣ୍ଟକୁ ଆସିବା ବଦଳରେ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ସାଇବର ଲୁଟେରା ମାନେ ଲୁଟି ନେଇଥିବା ପ୍ରିନ୍ସିପାଲ ଜାଣିବାକୁ ପାଇଥିଲେ । ଏ ବାବଦରେ କଲେଜ ପ୍ରିନ୍ସିପାଲ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Watch Video: