କରଞ୍ଜିଆ ୧୭।୧୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୪୯ ନମ୍ବର ଜାତୀୟ ରାଜପଥରେ ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଯଶୀପୁର ଏସ୍‌ବିଆଇ ବ୍ୟାଙ୍କ ଶାଖା ସମ୍ମୁଖରେ  ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ଜୋରରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ବାଇକ୍ ଆରୋହୀଙ୍କ ମେଡିକାଲ ପହଞ୍ଚିବା ପୂର୍ବରୁ ମୃତ୍ୟୁ ଘଟିଛି । ୨ ଗୁରୁତର ବାଇକ୍ ଆରୋହୀଙ୍କୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି, ମୃତ ବ୍ୟକ୍ତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ବିହାର ରାଜ୍ୟର ହୋଇଥିବା ବେଳେ ଅନ୍ୟ ଜଣେ ମୃତ ବ୍ୟକ୍ତି ଓ ୨ ଗୁରୁତର ଯଶୀପୁର ଥାନା ଇଟିଘର ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।