ଟାଙ୍ଗୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଜାତୀୟ ରାଜପଥର କୟଥପଲ୍ଲା ଛକ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ବାଇକରେ ଯାଉଥିବା ଦୁଇ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଟାଙ୍ଗୀ ଥାନା ଅଧୀନ କୁଞ୍ଜୁରୀ ପଞ୍ଚାୟତର ଜରିପୁଟ ଗ୍ରାମର ମନୋଜ ମହତ ଏବଂ କାହ୍ନା ମହାପାତ୍ର।

ସୂଚନା ଅନୁସାରେ, ଦୁଇ ଯୁବକ ଗୋଟିଏ ବାଇକ୍ ଯୋଗେ ନାଚୁଣୀ ଅଞ୍ଚଳକୁ ଯାଉଥିବା ସମୟରେ କୟଥପଲ୍ଲା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଦୁର୍ଘଟଣା କିପରି ଘଟିଲା ? ତାହାର କାରଣ ସ୍ପଷ୍ଟ ହୋଇନାହିଁ।

Also Read: ଅଭାବନୀୟ ! ନଦୀରେ ବୁଡ଼ି ଯାଇ ଭଣଜା ମୃତ, ଗୁରୁତର ଅବସ୍ଥାରେ ମାମୁ ଉଦ୍ଧାର

ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ସେପଟେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଖବର ପରେଜରିପୁଟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।