ନୀଳଗିରି: ଗାଧୋଇବାକୁ ଯାଇ ବୁଡ଼ିଗଲେ ମାମୁ ଭଣଜା । ଏଥିରେ ଭଣଜାର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ମାମୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅମ୍ବିକାପୁର ନିକଟ ସୋନନଦୀରେ । ମୃତକଙ୍କ ପରିଚୟ ସାଇଁକୁଳା ଅସ୍ତିଆ ଗ୍ରାମର ଶୁଭମ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମୃତ ଶୁଭମ ନିଜ ମାମୁ ଘର କାଂଶ ପାତ୍ର ସାହିରେ ରହୁଥିଲେ । ତେବେ ରବିବାର ମାମୁ ବାପୁନଙ୍କ ସହ ସୋନନନ୍ଦୀରେ ଅମ୍ବିକାପୁର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ଗାଧୋଇବା ବେଳେ, ନଦୀ ସୁଅରେ ଦୁଇଜଣ ଭାସି ଯାଇ ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲେ। ତେବେ ଦୁଇ ଜଣକୁ ଭାସିଯାଉଥିବାର ଦେଖି କିଛି ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

Also Read: ଜୀବନରେ ସାଥୀ, ମୃତ୍ୟୁରେ ବି ଅଲଗା ହେଲେନି! କେଇ ଘଣ୍ଟାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

କିନ୍ତୁ ସେମାନେ କେବଳ ବାପୁନଙ୍କୁ ଉଦ୍ଧାର କରିପାରିଥିଲେ । ଏପଟେ ଖବର ପାଇ ରେମୁଣା ଅଗ୍ନିଶମ ବିଭାଗ ପହଞ୍ଚି ଶୁଭମଙ୍କୁ ଖୋଜାଖୋଜି କରି ଏକ ଗଣ୍ଡରୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ଶୁଭମଙ୍କୁ ମୃତ ମୃତ ଘୋଷଣା କରିଥିଲେ।