କଟକ ୩୦।୯: ରେଷ୍ଟୁରାଣ୍ଟ ପାଲଟିଥିଲା ବେଆଇନ ଜୁଆ ଓ ହୁକା ବାର୍ । କଟକ ସିଡିଏ ଅଞ୍ଚଳର ଥିବା କାସ୍ୟୁ ରେଷ୍ଟୁରାଣ୍ଟ ଭିତରେ ଯେଉଁଆଡେ ନଜର ପଡିବ ସେହିଆଡ଼େ ଖାଲି ନିଶା ସାମଗ୍ରୀ ହିଁ ଦେଖିବାକୁ ମିଳିଛି ।

ବୁଧବାର ମଧ୍ୟାହ୍ନ ସମୟରେ ତିନୋଟି ବିଭାଗ ଦ୍ୱାରା ଅଚାନକ ଚଢାଉ କରାଯାଇଥିଲା । କେଏମ୍ସି ଫୁଡ୍ ସେଫ୍ଟି, ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଚଢ଼ାଉ କରିବା ବେଳେ ରେଷ୍ଟୁରାଣ୍ଟ ଭିତରୁ ଦାମୀ ମଦ, ହୁକା, ଜୁଆ ଓ ବାସି ଖାଦ୍ୟ ଥିବା ଦେଖିବାକୁ ପାଇଥିଲେ । ବିଶେଷ କରି ହୁକାରେ ବ୍ୟବହୃତ ନିକୋଟିନ୍ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିଲା । ଏହାସହ ଜୁଆର କଏନ୍ ମଧ୍ୟ ରହିଥିଲା । ଏହାପରେ ବିପୁଳ ପରିମାଣର ବାସି ଖାଦ୍ୟ ମଧ୍ୟ ଜବତ କରାଯାଇଛି । ବାସି ଚିକେନ ସହ ଭାତ ମଧ୍ୟ ଜବତ କରାଯାଇଛି । କେବଳ ରେଷ୍ଟୁରାଣ୍ଟ ପାଇଁ ଲାଇସେନ୍ସ ଥିବାବେଳେ ଏଭଳି ନିଶା କାରବାର ଓ ବାସି ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟ କୁ ସିଲ୍ ସହ ୫ ହଜାର ଟଙ୍କା ଜରିମାନା କରାଯାଇଥିଲା ।

Also Read:- ତ୍ରିକୋଣୀୟ ପ୍ରେମ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, CCTV ଫୁଟେଜ୍ରୁ ଚିହ୍ନଟ ୨ ଅଭିଯୁକ୍ତ ଗିରଫ

ରେଷ୍ଟୁରାଣ୍ଟ କରିବା ପାଇଁ ହିଁ କେବଳ ଅନୁମତି ଥିବାବେଳେ ବେଆଇନ ଭାବେ କିଭଳି ନିକୋଟିନ୍, ମଦ ଓ ଅନ୍ୟ ଅବକାରୀ ଜିନିଷ ଗୁଡ଼ିକୁ ରଖିଥିଲେ ସେଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ବିଭାଗର ଅଧିକାରୀ ।