ଭୁବନେଶ୍ବର ୧।୧୦: ହାଇକୋର୍ଟରେ ବିଚାରପତି ନିଯୁକ୍ତି ଦାବିରେ ଗର୍ଜିଲା ବାର୍ ଆସୋସିଏସନ୍ । ଖାଲିପଡିଥିବା ବିଚାରପତି ପଦବୀ ପୂରଣ ଦାବିରେ କଟକରୁ ଭୁବନେଶ୍ବର ବିଶାଳ ରାଲି । ଆଇନଜୀବମାନେ କଟକରୁ ଭୁବନେଶ୍ବର ଯାଏଁ ଶୋଭାଯାତ୍ରାରେ ଆସିଥିଲେ । ଭୁବନେଶ୍ୱର କ୍ଲବ୍ ଠାରୁ ଲୋକ ଭବନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି ରାଜ୍ୟପାଳଙ୍କ ନିକଟରେ ଲିଖିତ ଭାବେ ଦାବି ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଏବଂ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଆଧାରରେ ଆଇନ ମନ୍ତ୍ରଣାଳୟ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରାଯାଇଛି ।

Also Read:- ଆନନ୍ଦ ବଜାରଠୁ ଦୀପ ଦୋକାନ, ପଲିଥିନ୍ ବ୍ୟବହାର ନେଇ ଉଠିଲା ପ୍ରଶ୍ନ ; ନିୟମ ମାନୁନାହାନ୍ତି କି ଭକ୍ତ-ସେବାୟତ ?

ତେବେ ହାଇକୋର୍ଟରେ ୩୩ ବିଚାରପତି ରହିବାର ନିୟମ ରହିଥିବା ବେଳେ ଅଛନ୍ତି ୧୫ ବିଚାରପତି । ବିଚାରପତିଙ୍କ ଅଭାବ ଯୋଗୁ ବିଳମ୍ବ ହେଉଛି ନ୍ୟାୟିକ ପ୍ରକ୍ରିୟା । ତେଣୁ ବିଚାରପତି ନିଯୁକ୍ତି ପାଇଁ ଆଇନଜୀବୀ ମାନେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।ସେପଟେ ହାଇକୋର୍ଟରେ ଖାଲିଥିବା ବିଚାରପତି ପଦବୀ ଖୁବଶୀଘ୍ର ପୂରଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ନିଷ୍ପତ୍ତି ନେବ । ଆସନ୍ତା ମାସରେ ଆହୁରି ଦୁଇ ଜଣ ବିଚାରପତି ଅନ୍ୟ ହାଇକୋର୍ଟକୁ ବଦଳି ହେଉଛନ୍ତି । ତେଣୁ ଏ ବାବଦରେ ସୁପ୍ରିମକୋର୍ଟ ଅବଗତ ଅଛନ୍ତି । ଆମେ ଆଶା କରୁଛୁ ଖୁବଶୀଘ୍ର ଏହି ପଦବୀ ପୂରଣ ହେବ ଏବଂ ଲୋକଙ୍କ ସମସ୍ୟା ଦୂର ହେବ । ମୁଁ ଓକିଲ ଭାଇମାନଙ୍କୁ ନିବେଦନ କରୁଛି ସେମାନେ ଧର୍ଯ୍ୟ ଧରନ୍ତୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Watch Video: