ମାଲକାନଗିରି ୩୧।୦୩ : ଡେଡଲାଇନର ଶେଷ ଦିନରେ ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ। 

ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ କେନ୍ଦ୍ର ସରକାର ଦେଇଥିବା ଡେଡ୍‌ଲାଇନର ଆଜି ଶେଷ ଦିନ। ଇତିମଧ୍ୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଉ କେତେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହିକ୍ରମରେ ମଙ୍ଗଳବାର ପୋଲିସ ନିକଟରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 

Also Read:-Jungle Fire: ଜଙ୍ଗଲ ନିଆଁ ଲିଭାଇବ ଟେକ୍ନୋଲଜି, ଗୃହରେ ମନ୍ତ୍ରୀ ରଖିଲେ ଉତ୍ତର

ତେବେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ ହେବା ପରେ ନକ୍ସଲ ମୁକ୍ତ ହେବ କି ବସ୍ତର। ୯୬% ଅଞ୍ଚଳ ଏବେ ନକ୍ସଲ ପ୍ରଭାବରୁ ମୁକ୍ତ ଛତିଶଗଡ଼। ୧୫୦୦ରୁ ଅଧିକ ଗ୍ରାମ ପଞ୍ଚାୟତକୁ ନକ୍ସଲ ମୁକ୍ତ ଘୋଷଣା କରାଯାଇଛି। ନକ୍ସଲ ପ୍ରଭାବ କେବଳ ଦୁଇ କିମ୍ବା ତିନୋଟି ପଞ୍ଚାୟତରେ ସୀମିତ ରହିଛି। ପ୍ରମୁଖ ନକ୍ସଲ ନେତାମାନେ ଆତ୍ମସମର୍ପଣ କରିଛନ୍ତି, ଯାହା ଫଳରେ ସଂଗଠନ ନେତୃତ୍ୱହୀନ ହୋଇପଡ଼ିଛି। ଆବୁଝମାଡ଼ର କିଛି ଅଞ୍ଚଳରେ ଏବେ ବି ଛୋଟ ଛୋଟ ମାଓ ସଙ୍ଗଠନ ରହିଛି।

ସରକାର ଦାବି କରୁଛନ୍ତି ଯେ, ଦେଶ ନକ୍ସଲ ମୁକ୍ତ ଏବଂ ନକ୍ସଲ ସଂଗଠନର ଶୀର୍ଷ ନେତୃତ୍ୱ ପତ୍ତନ ପାଇଛି।"ନକ୍ସଲ ମୁକ୍ତ" ଏବେ ବାସ୍ତବତାରେ ପରିଣତ ହେବାର ବହୁତ ନିକଟତର ବୋଲି ସୂଚନା ଦେଇଛନ୍ତି ବସ୍ତର IG ।