ନୂଆଦିଲ୍ଲୀ: ଦୁବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ଟି-୨୦ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ। ସେ ପୁଣି ଏକ ହାଇ ପ୍ରୋଫାଇଲ୍ ଏରିଆରେ। ଯେଉଁଠି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର ବିଳାସମୟ ଘର ତିଆରି ଚାଲିଛି। ମାନେ ଦୁବାଇରେ ସୂର୍ଯ୍ୟକୁମାର ହେବେ ଶାହରୁଖଙ୍କ ପଡ଼ୋଶୀ।

ଏନେଇ ସୂର୍ଯ୍ୟ ନିଜେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭିଡିଓରେ ସ୍ତ୍ରୀ ଦେବିଶକା ସେଟ୍ଟୀଙ୍କ ସହ ସେ ପ୍ରପର୍ଟି ପେପରେ ସାଇନ କରୁଥିବାର ଦେଖିବାକୁ ମିଳିଛି।ସୂର୍ଯ୍ୟକୁମାର ଦୁବାଇର ଏହି ଘର ଡାନ୍ୟୁବ୍ ପ୍ରପର୍ଟିଜ୍ ଠାରୁ କିଣିଛନ୍ତି। ତେବେ ସେ କେତେ କୋଟି ଟଙ୍କାରେ ଏହି ଲଗଜୁରି ଘର କିଣିଛନ୍ତି ତାହା ସେ ଖୁଲାସା କରି ନାହାନ୍ତି।

ସୂର୍ଯ୍ୟ କହିଲେ ମୁଁ ଏଥିପାଇଁ ଦୁବାଇରେ କିଣିଲି ଘର

ଇନଷ୍ଟା ଭିଡିଓରେ ଡାନ୍ୟୁବ୍ ପ୍ରପର୍ଟିଜ୍ର ଅଧିକାରୀ ସୂର୍ଯ୍ୟଙ୍କୁ ଦୁବାଇରେ ଘର କିଣିବା ସମ୍ପର୍କରେ ପଚାରିଥିଲେ। ଏହାପରେ ସୂର୍ଯ୍ୟ କହିଥିଲେ ଦୁବାଇ ସହ ପୁରୁଣା ସମ୍ପର୍କ ରହିଛି। ସେ ୨୦୧୪ ପ୍ରଥମେ ଦୁବାଇ ଆସିଥିଲେ। ୨୦୨୦ରେ ସେ ପୁଣି ଥରେ ଏଠାକୁ ଆସିଥିଲେ। ତା ଛଡ଼ା ଦୁବାଇ ପ୍ରତି ଭାରତୀୟଙ୍କ ଆଗ୍ରହ ବଢ଼ୁଛି। ଏଠାକାର ସୁରକ୍ଷା, ଦୁବାଇର ଜୀବନଶୈଳୀ, ଜୀବନଧାରଣର ମାନ ତାଙ୍କୁ ବେଶ୍ ପ୍ରଭାବିତ କରିଛି। ଯଦିଓ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା ରହିଛି ହେଲେ ଦୁବାଇରେ ରହିବା ତାଙ୍କୁ ଆରାମ ଓ ଖୁସି ଦିଏ ବୋଲି ସୂର୍ଯ୍ୟକୁମାର କହିଛନ୍ତି।

ସୂର୍ଯ୍ୟଙ୍କ ନୂଆ ଘରେ ୪୦ରୁ ଅଧିକ ସୁବିଧା

ସୂର୍ଯ୍ୟକୁମାର ନୂଆ ଘରର ରେସିଡେନ୍ସିଆଲ୍ ପ୍ରକଳ୍ପରେ ୪୦ରୁ ଅଧିକ ପ୍ରିମିୟମ୍ ସୁବିଧା ରହିଛି। ତେବେ ତାଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରିଛି ‘ଲଙ୍ଗେଭିଟି ଲାଉଞ୍ଜ୍’। ଏହି ସୁବିଧାକୁ ଆବାସିକ ପ୍ରକଳ୍ପରେ ଏକ ଅଭିନବ ପଦକ୍ଷେପ ବୋଲି ସୂର୍ଯ୍ୟକୁମାର ଇନଷ୍ଟା ଭିଡିଓରେ କହିଛନ୍ତି। ତେବେ ସୂର୍ଯ୍ୟକୁମାରଙ୍କ ଘର ପାଖରେ ଶାହରୁଖ ଖାନଙ୍କ ଘର ତିଆରି ଚାଲିଛି। ଦୁବାଇ ମାରିଟାଇମ୍ ସିଟିରେ ଏହି ପ୍ରକଳ୍ପ ତିଆରି ଚାଲିଥିବା ବେଳେ ଏହାକୁ ମଧ୍ୟ ଡାନ୍ୟୁବ ଗ୍ରୁପ ତିଆରି କରୁଛି।