ଭୁବନେଶ୍ବର ୧୬।୧୦: ଭୁବନେଶ୍ବରରେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ । ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ପରୁରୁଷ ହକି ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଦୁଇ ଦଳର ଖେଳାଳିମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Also Read:- ମଦ୍ୟପାନ କରି ଗାଡ଼ି ଚଳାଇଲେ ନିସ୍ତାର ନାହିଁ, ବେପରୁଆ ଚାଳକଙ୍କ ଉପରେ ଟ୍ରାଫିକ୍ ପୋଲିସର ନଜର

ଭୁବନେଶ୍ବର ବିମାନ ବନ୍ଦରରେ ଉଭୟ ହକି ଟିମ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖେଳାଳି ମାନଙ୍କୁ ବିମାନବନ୍ଦରରେ ପାରମ୍ପରିକ ନୃତ୍ୟ ଏବଂ ସଙ୍ଗୀତ ସହ ବିପୁଳ ସ୍ୱାଗତ କରାଯାଇଥିଲା । ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ଜିତିଛନ୍ତି । ଏହି ଗୌରବମୟ ସଫଳତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ସମ୍ବର୍ଦ୍ଧିତ କରାଯିବ । ୨୦୨୪ ଓ ୨୬ ଲଗାତାର ପୁରୁଷ ହକି ଟିମ ଚାମ୍ପିଅନ ହୋଇଛି । ଏହା ସହ ମହିଳା ଦଳ ୪୪ ବର୍ଷ ପରେ ଗୋଲ୍ଡ ମେଡାଲ ଜିତି ଇତିହାସ ରଚିଛନ୍ତି ।

Watch Video: