ରାଉରକେଲା ୦୬।୦୪ : ଅଶୁଭ ସୋମବାର । ବାଲେଶ୍ୱର ସୋର ଅଞ୍ଚଳରେ ଦୁଇଟି ଟ୍ରକ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଯମୁନାନାଖି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଢାବା ଉପରକୁ ମାଡ଼ିଯାଇଥିଲା । ଯାହାଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read :-Gas Cylinder Crisis : ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସ୍ପଷ୍ଟୀକରଣ, ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ଗ୍ୟାସ୍

ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପଟୁ ଏକ ଦାମୀ କାର୍ ଦ୍ରୁତଗତିରେ ଆସୁଥିଲା । ହଠାତ୍ କାର୍ଟି କୁଆଁରମୁଣ୍ଡା ଫାଣ୍ଡି ୧୪୩ ନମ୍ବର ଜାତୀୟ ରାଜପଥର ଯମୁନାନାଖି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଢାବା ଉପରକୁ ମାଡ଼ିଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଢାବାର କ୍ଷୟକ୍ଷତି ହେବା ସହ ଗାଡ଼ିରେ ଥିବା ତିନି ଜଣ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଉ ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ ମଧ୍ୟ କରିଛି । ବାକି ମେଡିକାଲରେ ଥିବା ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଏବଂ କିଭଳି ଏହି ଦୁର୍ଘଟଣା ଘଟିଲା । ସେନେଇ ଛାନ୍‌ନ୍‌ ଜାରି ରଖିଛି ।