ଭୁବନେଶ୍ୱର ୦୬।୦୪ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ପଷ୍ଟୀକରଣ । ଶ୍ରମିକ ଓ ଛାତ୍ରଛାତ୍ରୀ ID ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍ । ୫ ଲିଟରିଆ ଗ୍ୟାସ୍ ଟାଙ୍କିକୁ ସରକାର ସଂପୂର୍ଣ୍ଣ ବ୍ୟାନ କରିଛନ୍ତି। ତେବେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପଚ୍ର ଦେଖାଇ କିଣିପାରିବେ ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ହେଉଥିବା ୫ କେଜି ଗ୍ୟାସ୍ କିଣିପାରିବେ। e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ।

Also Read:-Viral Pink Elephant Chanchal Death: ଫଟୋସୁଟ୍ ପାଇଁ ରଙ୍ଗ ବୋଳାଯାଇଥିବା ଗୋଲାପୀ ହାତୀର ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଯୋଗାଣରେ ଅଙ୍କୁଶ ଲଗାଯାଇଛି । ଖାସ୍ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ୍ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା । ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରବିବାର ଦିନ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଖୋଲା ବଜାରରେ ଆଉ ଗ୍ୟାସ୍ ବିକ୍ରି କରାଯାଇପାରିବନାହିଁ । ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ । ଗ୍ୟାସ୍ ବିକ୍ରି ନେଇ E-Kyc କରାଯିବ । କେବଳ ଯାହା ନାଁରେ କାର୍ଡ ଥିବା, ସେମାନେ ହିଁ ଗ୍ୟାସ୍ ଏଜେନ୍ସିରୁ ଗ୍ୟାସ ଟାଙ୍କି ନେଇପାରିବେ । ରାଜ୍ୟରେ ଏବେ ଗ୍ୟାସ୍ ଓ ପେଟ୍ରୋଲର କୌଣସି ଅଭାବ ନଥିବା ବେଳେ କଳାବଜାର ହେଉନଥିବା କହିଛନ୍ତି ମନ୍ତ୍ରୀ ।

Also Read:-ଡବଲ୍ ଝଟ୍‌କା, ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍

ତେବେ ମନ୍ତ୍ରୀଙ୍କ ବୟାନ ପରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଯାହାକୁ ନଜରରେ ରଖି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ସ୍ପଷ୍ଟୀକରଣ ରଖିଛି । ବିଭାଗ ମୁତାବିକ, ଶ୍ରମିକ ଓ ଛାତ୍ରଛାତ୍ରୀ ID ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍ । ୫ ଲିଟରିଆ ଗ୍ୟାସ୍ ଟାଙ୍କିକୁ ସରକାର ସଂପୂର୍ଣ୍ଣ ବ୍ୟାନ କରିଛନ୍ତି। ତେବେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପଚ୍ର ଦେଖାଇ କିଣିପାରିବେ ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ହେଉଥିବା ୫ କେଜି ଗ୍ୟାସ୍ କିଣିପାରିବେ। e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ।