ଖୋର୍ଦ୍ଧା ୨୩।୦୬ : ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ ଭାଇ ମୃତ । ବୋଲଗଡ ଥାନା ଦିଘିରୀ ନିକଟ 57 ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଭାଇଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଦିଘିରୀ ଗାଁ ଦୁଇ ଭାଇ ଆକାଶ ପ୍ରଧାନ ଓ ବିକାଶ ପ୍ରଧାନ ।

ଖବର ଅନୁଯାୟୀ, ଟ୍ରକ ଟି କୌଣସି କାରଣରୁ ଅଚଳ ହୋଇ ରାସ୍ତା ମଝିରେ ଛିଡ଼ା ହୋଇଥିଲା। ସେହି ରାସ୍ତା ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ୍ ଟି ଟ୍ରକ୍ ପଛରେ ପିଟି ହୋଇ ଯାଇଥିଲା। ୨ ଭାଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇ ଦେଇଥିଲେ। ଏ ନେଇ ବୋଲଗଡ ଥାନାରେ ଏକ ମାମଲା ରୁଜୁ କରି ଟ୍ରକ୍ ଓ ବାଇକ୍ କୁ ଜବତ କରାଯାଇଛି। ମୃତଦେହକୁ ପୋଲିସ ଜବତକରି ଶବ ବ୍ଯବଚ୍ଛେଦ ପାଇଁ ପଠାଇଛି।

Also Read:-Accident : ଦାଦା-ପୁତୁରା-ଖୁଡ଼ି ଆସୁଥିଲେ ହସ୍ପିଟାଲ, ବ୍ରିଜ୍ ଉପରେ କାରକୁ ପିଟିଲା ହାଇଓ୍ୱା

ସେପଟେ ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଭିଡ ଲାଗି ରହିଥିଲା । ଏପିରିକି ଉକ୍ତ ରାସ୍ତାରେ ଯିବାଆସିବାରେ ଅସୁବିଧା ମଧ୍ୟ ହୋଇଥିଲା । ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା ।