ଜଗତସିଂହପୁର ୧୯।୯: ଜଗତସିଂହପୁର ତରିକୁନ୍ଦରେ ଚାଞ୍ଚଲ୍ୟ । ସମ୍ପତ୍ତି ପାଇଁ ହଣାକଟା । ସାବତ ଭାଇକୁ ହାଣିଲେ ଦୁଇ ଭାଇ । ଜଗତସିଂହପୁର ତରିକୁନ୍ଦ ଅଞ୍ଚଳରେ ସାବତ ଭାଇକୁ କଟୁରୀରେ ହାଣିଛନ୍ତି ଦୁଇ ଭାଇ । ଘଟଣାର ତଦନ୍ତ କରୁଛି ପୋଲିସ ।

ଜଗତସିଂହପୁର ତରିକୁନ୍ଦ ଅଞ୍ଚଳରେ ସମ୍ପତ୍ତିକୁ ନେଇ ଭାଇ ଭାଇ ହଣାକଟା ହୋଇଛନ୍ତି । ଦୁଇ ଭାଇ ମିଶି ସାବତ ଭାଇକୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପରେ ସାବତ ଭାଇ ଇମ୍ରାନ ଖାନ୍ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଘଟଣା ପରେ ଆକ୍ରମଣ କରିଥିବା ଦୁଇ ଭାଇ ଆଦିଲ ଓ ଆଦିମ ଖାନ୍ ଫେରାର ହୋଇଯାଇଛନ୍ତି ।

Also Read:- ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଟେନସନ୍, ୯୦୦ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ଦିନ ତଳେ ଇମ୍ରାନଙ୍କ ଘରେ ନିଆଁ ଲଗାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ଦୁଇ ଅଭିଯୁକ୍ତ । ଏନେଇ ଇମ୍ରାନଙ୍କ ପତ୍ନୀ ତରିକୁନ୍ଦ ଫାଣ୍ଡିରେ ଏତଲା ଦେଇଥିଲେ । ଆଜି ଦୁଇ ଭାଇ ଇମ୍ରାନଙ୍କୁ ମାରିବା ପାଇଁ କଟୁରୀରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Watch Video: