ମେଷ- ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। କର୍ମକ୍ଷେତ୍ରରେ ଅଟକିଥିବା କାମ ଆଗକୁ ବଢ଼ିବ। ଋଣ ପରିଶୋଧ କରିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ଅଯଥା ଖର୍ଚ୍ଚ ମଧ୍ୟ ବଢ଼ିପାରେ। ସହକର୍ମୀଙ୍କ ସହଯୋଗ ମିଳିବ। ସନ୍ଧ୍ୟା ପରେ ଦାମ୍ପତ୍ୟ ଜୀବନ ଓ ବ୍ୟବସାୟିକ ସମ୍ପର୍କ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସନ୍ତାନଙ୍କ ପାଇଁ ଖୁସି ଖବର ମିଳିପାରେ। ପ୍ରେମ ସମ୍ପର୍କରେ ମଧୁରତା ରହିବ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ଉନ୍ନତି କରିବେ। ହଠାତ୍ ଯାତ୍ରା ଯୋଜନାରେ ପରିବର୍ତ୍ତନ ହୋଇପାରେ। ଅର୍ଥ ଖର୍ଚ୍ଚ ଓ ନିଷ୍ପତ୍ତି ନେବା ସମୟରେ ସତର୍କ ରୁହନ୍ତୁ। ହଜମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ମିଥୁନ- ପାରିବାରିକ ଜୀବନରେ କିଛି ଅଶାନ୍ତି ଦେଖାଦେଇପାରେ। ଘରୋଇ କାର୍ଯ୍ୟରେ ମନ ଲାଗିବ ନାହିଁ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଜମିବାଡ଼ି ଓ ଯାନବାହନ ସମ୍ବନ୍ଧୀୟ କାର୍ଯ୍ୟରେ ବିଳମ୍ବ ହୋଇପାରେ। ଦାମ୍ପତ୍ୟ ଜୀବନରେ ମତଭେଦ ହେବାର ସମ୍ଭାବନା ରହିଛି। ସନ୍ଧ୍ୟା ପରେ ସନ୍ତାନ ଓ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଉନ୍ନତି ହେବ।

କର୍କଟ- ପରାକ୍ରମ ଓ ସାହସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଛୋଟ ଯାତ୍ରାରୁ ଲାଭବାନ ହେବେ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଉତ୍ସାହ ବଢ଼ିବ। ଧନଲାଭର ସୁଯୋଗ ରହିଛି। ପରିଚିତ ଲୋକଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହୋଇପାରେ। ସନ୍ଧ୍ୟା ପରେ ଘରୋଇ କାର୍ଯ୍ୟ ଓ ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ- ଆର୍ଥିକ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ। ପରିବାରରେ କଥା କଟାକଟି ହୋଇପାରେ। ଚାକିରି କ୍ଷେତ୍ରରେ ଆଶାନୁରୂପ ଫଳ ନ ମିଳିବାରୁ ମନ ଅଶାନ୍ତ ରହିପାରେ। ଆଖି ଓ ଶରୀରର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ସନ୍ଧ୍ୟା ପରେ ସାହସ ବୃଦ୍ଧି ପାଇବ ଓ ଭାଇଭଉଣୀଙ୍କ ସହଯୋଗରେ କାର୍ଯ୍ୟ ସଫଳ ହେବ।

କନ୍ୟା- ଦିନଟି ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂଆ କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ। ଆର୍ଥିକ ସ୍ଥିତି ଅନୁକୂଳ ରହିବ। ପରିବାର ଓ ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ସନ୍ଧ୍ୟା ପରେ ଅର୍ଥ ଦେବାନେବା ଓ କଥାବାର୍ତ୍ତାରେ ସଂଯମ ରଖନ୍ତୁ।

ତୁଳା- ଦିନର ପ୍ରଥମ ଭାଗରେ ଅଯଥା ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ। ଆଖି ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସତର୍କ ରୁହନ୍ତୁ। ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟା ପରେ ଆତ୍ମବିଶ୍ୱାସ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ନିଜର ବ୍ୟକ୍ତିତ୍ୱ ଓ ପ୍ରତିଭା ଦ୍ୱାରା ଅନ୍ୟମାନଙ୍କ ମନ ଜିଣିବେ।

ବିଛା- ଆୟ ଓ ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁବାନ୍ଧବଙ୍କ ସହଯୋଗରେ ଲାଭବାନ ହେବେ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ। ମହିଳାମାନଙ୍କ ସହଯୋଗରେ କୌଣସି କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ସନ୍ଧ୍ୟା ପରେ ଅଯଥା ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ।

ଧନୁ- କର୍ମକ୍ଷେତ୍ରରେ ଉନ୍ନତି ଓ ସଫଳତା ମିଳିବ। ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ପଦୋନ୍ନତି ବା ନୂଆ ଦାୟିତ୍ୱ ମିଳିବାର ସୁଯୋଗ ରହିଛି। ବ୍ୟବସାୟରେ ଲାଭ ବଢ଼ିବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସନ୍ଧ୍ୟା ପରେ ଆୟ ବୃଦ୍ଧି ଓ ବନ୍ଧୁଙ୍କ ସହଯୋଗର ଯୋଗ ରହିଛି।

ମକର- ଭାଗ୍ୟର ସହଯୋଗ କମ୍ ରହିପାରେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଓ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ। ଗୁରୁଜନଙ୍କ ସହ ମତଭେଦ ହୋଇପାରେ। ସନ୍ଧ୍ୟା ପରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ଓ ଦାୟିତ୍ୱ ମିଳିପାରେ।

କୁମ୍ଭ- ଦିନଟିରେ ସ୍ୱାସ୍ଥ୍ୟ ଓ ଆର୍ଥିକ କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ହଠାତ୍ ଅର୍ଥହାନିର ସମ୍ଭାବନା ରହିଛି। ପରିବାରରେ ଅଶାନ୍ତି ଓ ମାନସିକ ଚାପ ଦେଖାଦେଇପାରେ। ଖାଦ୍ୟପେୟରେ ଅନିୟମିତତା କରନ୍ତୁ ନାହିଁ। ସନ୍ଧ୍ୟା ପରେ ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟ ଓ ଦୂରଯାତ୍ରାର ସୁଯୋଗ ରହିଛି।

ମୀନ- ଦାମ୍ପତ୍ୟ ଜୀବନରେ ଖୁସି ଓ ସୁଖଶାନ୍ତି ରହିବ। ବ୍ୟବସାୟରେ ଲାଭ ମିଳିବ। ନୂଆ ଚୁକ୍ତି ଓ ଭାଗୀଦାରୀ କାର୍ଯ୍ୟରୁ ଉପକୃତ ହେବେ। ସାମାଜିକ ସମ୍ପର୍କ ବୃଦ୍ଧି ପାଇବ। ଛୋଟ ଯାତ୍ରାରୁ ଲାଭ ମିଳିପାରେ। ସନ୍ଧ୍ୟା ପରେ ଅର୍ଥ ନିବେଶ ଓ ଅନ୍ୟାନ୍ୟ ଗୁପ୍ତ କାର୍ଯ୍ୟରେ ସତର୍କ ରୁହନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682