ମେଷ- ଦିନଟି ଉତ୍ସାହ ଓ ନୂତନ ଆଶାରେ ପରିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ଓ ପରିଶ୍ରମ ଦ୍ୱାରା ପ୍ରଶଂସା ପାଇବେ। ଆର୍ଥିକ ଦିଗରେ ନୂତନ ସୁଯୋଗ ମିଳିବ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ଅଧୁରା କାର୍ଯ୍ୟ ପୂରଣ ହେବାର ଆଶା ରହିଛି।

ବୃଷ- ନିଜ କାର୍ଯ୍ୟରେ ଅଧିକ ଧୈର୍ଯ୍ୟ ଓ ସଂଯମ ରଖିବାକୁ ପଡ଼ିବ। ଆର୍ଥିକ କାରବାର ସମୟରେ ସତର୍କ ରୁହନ୍ତୁ ଏବଂ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ଆସିବ। ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ- ଶୁଭ ଓ ସଫଳତାଦାୟକ ଦିନ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟୀମାନେ ଆଶାନୁରୂପ ଲାଭ ପାଇବେ। ବନ୍ଧୁବାନ୍ଧବଙ୍କ ସହିତ ସମ୍ପର୍କ ମଧୁର ରହିବ।

କର୍କଟ- କାର୍ଯ୍ୟକ୍ଷେତ୍ରରେ କିଛି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ। ଆର୍ଥିକ ସ୍ଥିତି ସାଧାରଣ ରହିବ, ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ କଥାକୁ ନେଇ ମନରେ ସାମାନ୍ୟ ଚିନ୍ତା ରହିପାରେ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ।

ସିଂହ- ଆତ୍ମବିଶ୍ୱାସ ଓ କାର୍ଯ୍ୟଦକ୍ଷତାରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହିତ ପ୍ରତିଷ୍ଠା ବୃଦ୍ଧି ପାଇବ। ଆୟର ନୂତନ ମାର୍ଗ ଖୋଲିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ସାମାଜିକ କ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ।

କନ୍ୟା- ନିଜ କାର୍ଯ୍ୟରେ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼ିବାକୁ ହେବ। ଚାକିରି କ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ପାଇପାରେ। ବ୍ୟବସାୟରେ ନୂତନ ସମ୍ପର୍କ ସୃଷ୍ଟି ହେବା ସହିତ ଲାଭର ସୁଯୋଗ ମିଳିବ। ଅଯଥା ଚିନ୍ତା ଓ ମାନସିକ ଚାପରୁ ଦୂରେଇ ରୁହନ୍ତୁ। ପରିବାରରେ ଶୁଭ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇପାରେ।

ତୁଳା- ଦିନଟି ବିଶେଷ ଶୁଭଫଳଦାୟକ ରହିବ। ମନରେ ଥିବା ଅନେକ ଦ୍ୱନ୍ଦ୍ୱ ଦୂର ହେବା ସହିତ ନୂତନ ଆଶା ସଞ୍ଚାର ହେବ। କର୍ମକ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଆର୍ଥିକ ଦିଗରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ସୁଖ ଓ ସମନ୍ୱୟ ରହିବ।

ବିଛା- ପ୍ରତ୍ୟେକ କାର୍ଯ୍ୟରେ ବିଚାରବିମର୍ଶ କରି ନିଷ୍ପତ୍ତି ନେବା ଆବଶ୍ୟକ। ଆବେଗରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ କିଛି ବାଧା ଆସିଲେ ମଧ୍ୟ ଧୈର୍ଯ୍ୟ ଦ୍ୱାରା ତାହାର ସମାଧାନ କରିପାରିବେ। ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଉପଯୋଗୀ ହେବ।

ଧନୁ- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନିଜର ଦକ୍ଷତା ଓ ଅଭିଜ୍ଞତା ଦ୍ୱାରା କଠିନ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିପାରିବେ। ବ୍ୟବସାୟରେ ନୂତନ ସୁଯୋଗ ମିଳିପାରେ, କିନ୍ତୁ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୂରଯାତ୍ରା ପାଇଁ ଯୋଜନା ହୋଇପାରେ। ମିତ୍ରମାନଙ୍କ ସହଯୋଗ ମିଳିବ।

ମକର- ପରିଶ୍ରମର ଉଚିତ ଫଳ ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଦୀର୍ଘଦିନର ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢ଼ିବ। ଆର୍ଥିକ ଦିଗରେ ସୁଧାର ଆସିବା ସହିତ ନୂତନ ଆୟର ମାର୍ଗ ଖୋଲିପାରେ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଶୁଭ ଫଳ ମିଳିବ। ପରିବାରରେ ସୁଖଶାନ୍ତି ରହିବ।

କୁମ୍ଭ- ମନରେ ନୂତନ ଚିନ୍ତାଧାରା ଓ ଯୋଜନା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିବ। ଆର୍ଥିକ ଦିଗରେ ଲାଭ ମିଳିବା ସହିତ ଭବିଷ୍ୟତ ପାଇଁ ନୂତନ ଯୋଜନା କରିପାରନ୍ତି। ପ୍ରେମ ସମ୍ପର୍କରେ ଥିବା ଭୁଲ ବୁଝାମଣା ଦୂର ହୋଇପାରେ। ବନ୍ଧୁମାନଙ୍କ ସହିତ ଭଲ ସମୟ ବିତିବ।

ମୀନ- ଦିନଟି ସାବଧାନତା ଓ ଧୈର୍ଯ୍ୟର ସହିତ ଅତିବାହିତ କରିବାର ଦିନ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଆର୍ଥିକ ଦିଗରେ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଉତ୍ତମ ସମ୍ପର୍କ ରଖନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682