ବ୍ରହ୍ମପୁର ୦୨।୦୭ : ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ମାମଲା । ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନି ରିମାଣ୍ଡରେ ଆଣିଲେ ପୋଲିସ । ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତ ହେଲେ ଗୁଜରାଟର ସରୋଜ ପଣ୍ଡା ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ।

ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇଜଣ ଅଭିଯୁକ୍ତ ଗୁଜୁରାଟର ସରୋଜ ପଣ୍ଡା ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି ଗୋପାଳପୁର ଥାନା ପୋଲିସ । ବ୍ରହ୍ମପୁର ଜେଲ୍ରୁ ସ୍ୱତନ୍ତ୍ର ସୁରକ୍ଷା ଭିତରେ ଅଣାଯାଇ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଥାନାକୁ ଆଣି ଜେରା କରିଛି ପୋଲିସ । ଗୁରୁବାର ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରାଯାଇପାରେ। ତଦନ୍ତରୁ କିଛି ନୂଆ ତଥ୍ୟ ଖୁଲାସା ହୋଇପାରେ।

Also Read:-ଝାରପଡ଼ା ଜେଲରେ ମାଡିଗଲାଣି AIDS, ୮ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ !

ସୁଧୀର ପାତ୍ରକୁ କିପରି ଘଟଣାସ୍ଥଳରୁ ଅପହରଣ କରିଥିଲେ। କିପରି ତାଙ୍କୁ ହତ୍ୟା କରାଗଲା, ସେନେଇ ଜେରା କରି ନୂଆ ନୂଆ ତଥ୍ୟ ସଂଗ୍ରହ କରାଯାଉଛି l ସୁଧୀରଙ୍କୁ ଏପ୍ରିଲ ୧୫ ତାରିଖରେ ତାଙ୍କ ଗାଁ ନିକଟ ଭାବି ନାରାୟଣପୁରରୁ ଅପହରଣ କରି ବୁଗୁଡ଼ା ନିକଟ ଜଙ୍ଗଲରେ ହତ୍ୟା କରିଥିଲେ। ପରେ ସୋରଡ଼ା ନିକଟ ଜଙ୍ଗଲରେ ମୃତଦେହ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ l ପରେ ପୋଲିସ ତଦନ୍ତ କରି ସୁଧୀରଙ୍କ ପୁତୁରା ଓ ଝିଆରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା l ମେ ୨୬ ତାରିଖରେ ପୋଲିସ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଆଣିବା ବେଳେ ସରୋଜ ଓ ରଞ୍ଜନ ବ୍ରହ୍ମପୁର ଉପକଣ୍ଠ ଅଙ୍କୁଶପୁର ନିକଟରେ ପୋଲିସ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଉଭୟଙ୍କୁ ଏନକାଉଣ୍ଟର କରିଥିଲା l ସେମାନେ ସୁସ୍ଥ ହେବା ପରେ ପୋଲିସ ସେମାନଙ୍କୁ ଜେଲ ପଠାଇଥିଲା l