ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଏବଂ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କୃଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇର ଲୀଲା ପ୍ୟାଲେସ୍ ହୋଟେଲରେ ଆୟୋଜିତ ଏକ ହାଇପ୍ରୋଫାଇଲ୍ ବିବାହ ଉତ୍ସବର ରିସେପ୍ସନ୍ରେ ଉଭୟଙ୍କ ଉପସ୍ଥିତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜନେତା ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କ ପରିବାରର ବିବାହ ଉତ୍ସବ ଅବସରରେ ଆୟୋଜିତ ଏହି ସମାରୋହରେ ଅନେକ ନାମୀଦାମୀ ବ୍ୟକ୍ତିତ୍ୱ ଯୋଗ ଦେଇଥିବା ବେଳେ ବିଜୟ ଓ ତ୍ରିଶାଙ୍କ ଉପସ୍ତିତି ଏବେ ଚର୍ଚ୍ଚାରେ l

ଏହି ଉତ୍ସବରେ ତ୍ରିଶାଙ୍କ ଆକର୍ଷଣୀୟ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗୋଲାପୀ ରଙ୍ଗର ନେଟ୍ ଶାଢ଼ିରେ ସେ ବେଶ୍ ସୁନ୍ଦର ଦେଖାଯାଉଥିଲେ। ଗୁଗଲ୍ ଲେନ୍ସ ମାଧ୍ୟମରେ ଚିହ୍ନଟ ହୋଇଥିବା ସୂଚନାରୁ ଜଣାପଡ଼ିଛି ସେ ପିନ୍ଧିଥିବା ଶାଢ଼ିର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା । ଏହି ଶାଢ଼ିଟି ଫ୍ୟାଶନ୍ ବ୍ରାଣ୍ଡ୍ ରୁଜ୍ର ଅଫିସିଆଲ୍ ୱେବସାଇଟ୍ରେ ଉପଲବ୍ଧ ଥିବା ଦାବି ଜଣାପଡିଛି ।

ପାଉଡର୍ ପିଙ୍କ୍ ରଙ୍ଗର ଏହି ଟୁଲ୍ ଶାଢ଼ିରେ ମୋତି, ସିକ୍ୱିନ୍ସ ଓ ଚମକଦାର କ୍ରିଷ୍ଟାଲ୍ର ସୂକ୍ଷ୍ମ ହସ୍ତକଳା କାରୁକାର୍ଯ୍ୟ ରହିଛି। ଶାଢ଼ିର ପଣତରେ ଥିବା ଝୁଲନ୍ତା ଟାସେଲ୍ ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଛି। ସେହିପରି ମ୍ୟାଚିଂ ବ୍ଲାଉଜ୍ରେ ମଧ୍ୟ ହସ୍ତକଳାର ସୁନ୍ଦର କାରୁକାର୍ଯ୍ୟ ସହ ଅଣ୍ଟା ପାଖରେ ଟାସେଲ୍ ଏବଂ ହାତରେ ଫେଦର୍ ଡିଟେଲିଂ ଥିବା ଦେଖିବାକୁ ମିଳିଛି । ତ୍ରିଶା ପାରମ୍ପରିକ ଶୈଳୀରେ ଶାଢ଼ି ପିନ୍ଧିଥିବା ବେଳେ ସୁନ୍ଦର ଭାବେ କୁଞ୍ଚ ପକାଇଥିଲେ ଏବଂ ପଣତକୁ କାନ୍ଧ ଉପରେ ସୁନ୍ଦର ଭାବେ ସଜାଇଥିଲେ। ଗଳାରେ ଭାରୀ କାରୁକାର୍ଯ୍ୟପୂର୍ଣ୍ଣ ଚୋକର୍ ଏବଂ କାନରେ ମ୍ୟାଚିଂ ଷ୍ଟେଟ୍ମେଣ୍ଟ୍ ଇୟରିଂ ପିନ୍ଧି ନିଜ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲେ।

ଅନ୍ୟପଟେ ବିଜୟ ଏକ ବ୍ରାଉନ୍ ରଙ୍ଗର ଟେଲର୍ଡ ସୁଟ୍ରେ ନଜର ଆସିଥିଲେ। ବ୍ରାଉନ୍ ପ୍ୟାଣ୍ଟ୍ ଓ ବ୍ଲେଜର୍ ସହ ଅଫ୍ ହ୍ୱାଇଟ୍ ସାର୍ଟ ପିନ୍ଧି ତାଙ୍କ ଲୁକ୍କୁ ସରଳ ଓ ଆକର୍ଷଣୀୟ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ବିଜୟଙ୍କ ସହ ଜଡ଼ିତ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ତ୍ରିଶାଙ୍କ ଉପସ୍ଥିତି ଚର୍ଚ୍ଚା ସୃଷ୍ଟି କରିଥିଲା। ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମାରୋହରେ ତ୍ରିଶା ଆଇସ୍ ବ୍ଲୁ ରଙ୍ଗର ସିଲ୍କ ଶାଢ଼ି ପିନ୍ଧି ନଜର ଆସିଥିଲେ। ଏହା ସହ ଷ୍ଟଡେଡ୍ ନେକ୍ଲେସ୍, ମ୍ୟାଚିଂ ଇୟରିଂ ଏବଂ ଧଳା ଫୁଲରେ ସଜାଯାଇଥିବା ତାଙ୍କ ଲୋ-ବନ୍ ହେୟାର୍ଷ୍ଟାଇଲ୍ ବେଶ୍ ଆକର୍ଷଣୀୟ ଥିଲା।

also read- ଦିନେ ୯୦ କୋଟି ହରେଇଥିଲେ ଏବେ ନିର୍ମାଣ କଲେ ୪୦୦ କୋଟିର ସିନେମା

ସେହିପରି ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଭାବେ ବିଜୟଙ୍କ ପ୍ରଥମ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମଧ୍ୟ ତ୍ରିଶା ଯୋଗ ଦେଇଥିଲେ। ସେଠାରେ ସେ ହଳଦିଆ ରଙ୍ଗର କ୍ରେପ୍ ସିଲ୍କ ଶାଢ଼ି ସହ ସବୁଜ ରଙ୍ଗର ବ୍ଲାଉଜ୍ ପିନ୍ଧିଥିଲେ। ମଝିରୁ ଭାଗ କରାଯାଇଥିବା ଫିସ୍ଟେଲ୍ ବ୍ରେଡ୍, ହାଲୁକା କର୍ଲ ଏବଂ ସରଳ ମେକ୍ଅପ୍ ତାଙ୍କ ଲୁକ୍କୁ ଆହୁରି ସୁନ୍ଦର କରିଥିଲା। ବିଜୟଙ୍କ ସହ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ତ୍ରିଶାଙ୍କ ଉପସ୍ଥିତିକୁ ନେଇ ସୋସିଆଲ୍ ମିଡିଆରେ ଲଗାତାର ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା ମଧ୍ୟରେ ତାଙ୍କର ଫ୍ୟାଶନ୍ ଷ୍ଟାଇଲ୍ ମଧ୍ୟ ଫ୍ୟାନ୍ମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି।